କୁରାଳ ପଞ୍ଚମୀ ଅବସରରେ କୁରାଳ ପୂଜା ଅନୁଷ୍ଠିତ ।

0 239

ଉଲୁଣ୍ଡା,୦୯/୧୨(ପିପିଟି): ପବିତ୍ର କୁରାଳ ପଞ୍ଚମୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଉଦେପଦର ଲିମ୍ବପାଲି ଠାରେ କୁମ୍ଭାର ସମାଜର ବ୍ଲକ ସ୍ତରୀୟ କୁରାଳ ପୁଜା ଅନୁଷ୍ଠିତ ହୋଇଯାଇଛି । ଗତକାଲି କୁରାଲ ସମାଜର ମହିଲା ମାନେ ଏକ ଶୋଭାଯାତ୍ରାରେ ଯାଇ ନିକଟ ପୁସ୍କରିଣୀରୁ ଗଙ୍ଗା ଆବାହନ କରି କଲସରେ ପାଣି ଆଣି ପୂଜା ସ୍ଥଳରେ ସ୍ଥାପନ ପରେ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ତିନି ଦିନ ଧରି ହେବାକୁ ଥିବା ଏହି ପୂଜା ପଣ୍ଡିତ ଦଶରଥ ମହାପାତ୍ର ପୂଜାକାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ରମେଶ ରଣା,ମୈଥିଲି ରଣା ସପତ୍ନୀକ କର୍ତା ଦାଇତ୍ୱ ତୁଲାଉଛନ୍ତି ।ଏହି ପୂଜାରେ ବ୍ଲକ ସଭାପତି ପଞ୍ଚାନନ ରଣାଙ୍କ ସମେତ ଶ୍ରୀଧର ରଣା, ଜଟାୟୁ ରଣା, ଓକିଲ ରଣା, ଭରତ ରଣା, ଗୋବିନ୍ଦ ରଣାଙ୍କ ସମେତ କୁମ୍ଭାର ସମାଜର ବହୁ କର୍ମକର୍ତ୍ତା ଯୋଗ ଦେଇଛନ୍ତି । ଲିମ୍ବପାଲିର ଗ୍ରାମବାସୀମାନେ ଏହି ପୂଜାରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଛନ୍ତି ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.