କୋଦଳା,୧୧/୦୯(ପିପିଟି); ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କୁମ୍ଭାରଗାଁ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ତାରେଣୀ (୬୦) ଙ୍କ ଗୁରୁବାର ମଧ୍ୟ ରାତ୍ରିରେ ଅକାଳ ବିୟୋଗ ଘଟିଛି। ଗୁରୁବାର ଅସୁସ୍ଥତା ଅନୁଭବ କରିବାରୁ ଚିକିତ୍ସା ପାଇଁ କାର୍ ଯୋଗେ ଭୂବନେଶ୍ବର ଯାଉଥିବା ସମୟରେ ରାସ୍ତାରେ ହାର୍ଟ ଆଟାକ୍ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଜଣେ ନିଷ୍ଠାପର, ନିର୍ଭୀକ ଓ ଦାୟିତ୍ବବାନ ଅଭିଜ୍ଞ ଜନପ୍ରତିନିଧିଙ୍କ ମୃତ୍ୟୁ ପରେ ପଞ୍ଚାୟତ ସମେତ ପୁରା ବ୍ଲକରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜଣେ ପରୋପକାରୀ, ନିଷ୍ଠାବାନ ବ୍ଯକ୍ତିଙ୍କୁ ପଞ୍ଚାୟତ ହରାଇଲା ବୋଲି ମତପ୍ରକାଶ ପାଇଛି। ମୃତ୍ୟୁ ବେଳକୁ ତାଙ୍କର ଦୁଇ ପୁତ୍ର ମ୍ରୂତ୍ଯୂଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ଖବର ପ୍ରଚାରିତ ହେବା ପରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ,କୁମ୍ଭାରଗାଁ ପଞ୍ଚାୟତ ପିଇଓ ସୁଦୂରୁ ସାହୁ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ସରପଞ୍ଚ ସରୋଜ କୁମାର ସାହୁ, ପୂର୍ବତନ ସରପଞ୍ଚ ଦେବରାଜ ସ୍ଵାଇଁ, କଂଗ୍ରେସ ନେତା ବୁଲା ଜେନା, ପ୍ରଶାନ୍ତ କୁମାର ପାତ୍ର ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିବା ଜଣାପଡିଛି । କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରାର୍ଥୀ ରଂଜନ କୁମାର ପୋଲାଇଙ୍କ ସହ ବେଗୁନିଆପଡ଼ା ବିଜେପି ମଣ୍ଡଳ ସଭାପତି ସୁଦର୍ଶନ ସାହୁ, ରମାକାନ୍ତ ଦୋରା, ଅଙ୍ଗାରଗାଁ ମଣ୍ଡଳ ସଭାପତି ନିରଞ୍ଜନ ସ୍ଵାଇଁ, ନାରାୟଣ ସୁମନ୍ତରାୟ, ପ୍ରମୁଖ ମଧ୍ୟ ସ୍ବର୍ଗତ ସରପଞ୍ଚଙ୍କ ମର ଶରୀରରେ ପୁଷ୍ପଗୁଛ ଅର୍ପଣ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି