କୁଡୁମୁଲୁଗୁମ୍ମା ଫାଣ୍ଡିରେ ଶହୀଦ ଦିବସ ପାଳିତ ।

0 233

ମାଲକାନଗିରି,୩୦/୦୧(ପିପିଟି): କୁଡୁମୁଲୁଗୁମ୍ମା ଫାଣ୍ଡି ପରିସର ଠାରେ ଆଜି ଶହୀଦ ଦିବସ ପାଳିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ସମଗ୍ର ଦେଶ ସହୀଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ବେଳେ ଆଜି ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମ୍ମା ସ୍ଥିତ ପୋଲିସ ଫାଣ୍ଡି ପରିସର ଠାରେ ମଧ୍ୟ ଅନୁରୂପ ନିରବ ପ୍ରାର୍ଥନା କରାଯାଇଛି । ଦେଶର ବୀର ଶହୀଦମାନଙ୍କ ସ୍ମୃତି ବହନ କାର୍ଯ୍ୟକ୍ରମରେ ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା, ସହକାରୀ ପୋଲିସ ଅଧିକାରୀ କମଳ ଲୋଚନ ନାୟକଙ୍କ ସହ ଫାଣ୍ଡିର ସମସ୍ତ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୋଭିଡ ନିୟମାବଳୀ ଅନୁସାରେ ସମ୍ପାଦନା କରାଯାଇଥିଲା।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.