କୁଡୁମୁଲୁଗୁମ୍ମାରେ ସୃଜନଶୀଳତା କାର୍ଯ୍ୟକ୍ରମ “ସୁରଭି-୨୦୨୨ ।

0 279

ମାଲକାନଗିରି,୨୬/୧୦(ପିପିଟି):
କୁଡୁମୁଲୁଗୁମ୍ମା ବ୍ଲକ ଶିକ୍ଷା ବିଭାଗ ଓ ମାଲକାନଗିରି ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଛାତ୍ର ଛାତ୍ରୀମାନଙ୍କ ସୃଜନଶୀଳତାର ବିକାଶ ନିମନ୍ତେ ସୁରଭି କାର୍ଯ୍ୟକ୍ରମ-୨୦୨୨ ଉଦ୍ଘାଟିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର ତରଫରୁ ପ୍ରାୟୋଜିତ ଏହି ସୃଜନଶୀଳତା କାର୍ଯ୍ୟକ୍ରମ ପ୍ରଥମେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରରେ ହୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । ମହାମାରୀ କରୋନା ପରେ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହା ମୁକ୍ତ କାର୍ଯ୍ୟକ୍ରମ ଥିଲା। ପୂର୍ବାହ୍ନରେ ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ, ମୁଖ୍ୟ ବକ୍ତା ଭାବେ ମହେଶ୍ୱର ସାହୁ, ପୌରହିତ୍ୟ କରିଥିେଲ କୁଡୁମୁଲୁଗୁମ୍ମା ବିଇଓ ଗାୟତ୍ରୀ ଦେବୀ, ଆବାହକ ଅଞ୍ଜନ ଚୌଧୁରୀ,ଏବିଇଓ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ, ସମ୍ମାନିତ ଅତିଥି ମଂଗଳା ମାଢି, ସରପଞ୍ଚ,କୁଡୁମୁଲୁଗୁମ୍ମା,ହେମନ୍ତ କୁମାର ନାୟକ,କୃପାସିନ୍ଧୁ ଆମ୍ବଗୁଡ଼ିଆ,ଏବିଇଓ ଦିଲ୍ଲୀପ ଗଣ୍ଡ , ପ୍ରଧାନ ଶିକ୍ଷକ, ଦିଲ୍ଲୀପ କୁମାର ଓଝା ,ପୂର୍ଵତନ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏଗାର ଗୋଟି ପଞ୍ଚାୟତ ରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରଚନା,ଭାଷଣ, ଚିତ୍ରାଙ୍କନ, ହସ୍ତାକ୍ଷର, ସଂଗୀତ, ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ଚାରିଟା ବେଳେ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ. ସନ୍ତୋଷ କୁମାର ଷଡ଼ଙ୍ଗୀ, ମୁଖ୍ୟବକ୍ତା ଭାବେ ଦିଲ୍ଲୀପ କୁମାର ଓଝା, ସମ୍ମାନନୀୟ ଅତିଥି ଭାବେ ଡାରଉଇନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ,ଵିଇଓ ଗାୟତ୍ରୀ ଦେବୀ, ଏଵିଇଓ ଅଞ୍ଜନ ଚୌଧୁରୀ, କୃପାସିନ୍ଧୁ ଆମ୍ବଗାଡ଼ିଆ, ହେମନ୍ତ କୁମାର ନାୟକ,ରମେଶ ଚନ୍ଦ୍ର ନେଲୁରୁ,ସଭାପତି,ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ କୁଡୁମୁଲୁଗୁମ୍ମା ଯୋଗଦାନ କରି କୃତ୍ତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ କୁଡୁମୁଲୁଗୁମ୍ମା ସମ୍ପାଦକ ବଳରାମ ପୂଜାରୀ ମଞ୍ଚ ପରିଚାଳନା କରିଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.