କୁକୁଡା ଗାଲିରୁ ୪ ଗିରଫ, ୨ କୁକୁଡା ଗଞ୍ଜା ଜବତ ।

0 255

ମାଲକାନଗିରି,୦୧/୧୨(ପିପିଟି):ମାଲକାନଗିରି ପୋଲିସ ଦୁମାଲିଗୁଡା ଠାରେ ଚାଲିଥିବା କୁକୁଡା ଗାଲିରୁ ୪ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ୨ଟି କୁକୁଡା ଗଞ୍ଜାକୁ ଜବତ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ମାଲକାନଗିରି ଥାନା ଅନ୍ତର୍ଗତ ଦୁମାଲିଗୁଡାଠାରେ କୁକୁଡାଗାଲି ଚାଲିଥିବା ବେଳେ କୌଣସି ନିର୍ଭର ଯୋଗ୍ୟ ସୂତ୍ରରୁ ସୂଚନା ପାଇ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନେତୃତ୍ବରେ ପୋଲିସ କୁକୁଡା ଗାଲି ଉପରେ ଚଢାଉ କରିଥିଲା। ଚଢାଉ ସମୟରେ କୁକୁଡା ଲଢେଇରେ ସାମିଲ ଥିବା ଲୋକେ ସେମାନଙ୍କ କୁକୁଡା ଧରି ପଳାଇଥିବା ବେଳେ ପୋଲିସ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ କୁକୁଡା ଗାଲିରେ ବ୍ୟବହୃତ ଛୁରୀ ଓ ଲଢେଇ କରୁଥିବା ଦୁଇଟି କୁକୁଡାକୁ ଜବତ କରିଛି। ମାଲକାନଗିରି ଥାନାରେ ୨ଟି ଲଢେଇ ଗଞ୍ଜାକୁ ଅଟକ ରଖାଯାଇଛି। ଜୁଆ ଖେଳୁଥିବା ୪ ଜଣ ହେଲେ ରାମ ଚନ୍ଦ୍ର ମାଢି,ଧନ ଗଡେଲି,ବନ୍ଧୁ ମାଡକାମୀ ଏବଂ ତ୍ରିନାଥ ମାଟାମଙ୍କୁ
ମାଲକାନଗିରି ଥାନା ପୋଲିସ ଆଜି କୋର୍ଟ ଚାଲାଣ କରିଛି।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.