କୁକୁଡାଖଣ୍ଡିରେ ଓଡ଼ିଶା ବନ୍ଦ ସଫଳ ।

0 269

କୁକୁଡାଖଣ୍ଡି,୧୫/୦୭(ପିପିଟି); ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି ବିରୋଧରେ ସି.ପି.ଆଇ (ଏମ୍-ଏଲ୍)ରେଡଷ୍ଟାର ଏବଂ ଟିୟୁସିଆଇ ସହବନ୍ଧିତ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଛଅ ଘଣ୍ଟିଆ ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ କୁକୁଡାଖଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଏକ ସଭା ଆୟୋଜନ କରି କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ, କୃଷକ ଓ ଖାଉଟି ମାରଣ ନୀତିକୁ ତୀବ୍ର ଭର୍ସନା କରିଥିଲେ । ମିଛର ସୈ।ଦାଗର କର୍ପୋରେଟମାନଙ୍କ ସ୍ବାର୍ଥରେ ଦେଶର ସାଧାରଣ ଜନତାଙ୍କ ଉପରେ ଟିକସର ବୋଝ ବଢାଇ ଚାଲିଛନ୍ତି । ମାଗଣା କରୋନା ଟିକାକରଣ ପାଇଁ ମାତ୍ର ୩୫,୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ଏ ସରକାର ଗୋଟିଏ ବର୍ଷରେ ହିଁ ପେଟ୍ରୋଲ ଓ ଡିଜେଲରୁ ଚାରି ଲକ୍ଷ କୋଟି ଟଙ୍କା ଟିକସ ସଂଗ୍ରହ କରିଛନ୍ତି । ମୋଦି ନେତୃତ୍ଵାଧିନ ବିଜେପି ଓ ଆର୍ ଏସ୍ ଏସର ସରକାର ନିଜର ସାତ ବର୍ଷର ଶାସନକାଳରେ ଏ ବାବଦରେ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କା ସାଧାରଣ ଜନତାଙ୍କ ଠାରୁ ଲୁଟି ନେଇଛନ୍ତି । ସେହିପରି ରନ୍ଧନ ଗ୍ୟାସରୂ ସରକାର କୌଣସି ଟିକସ ନେଉ ନଥିଲେ ସବସିଡିକୁ ଖତମ୍ କରି ମନଇଛା ଲୁଟି ଚାଲିଛନ୍ତି । କର୍ପୋରେଟ ସଂସ୍ଥାମାନଙ୍କ ଉପରୁ ବାରମ୍ବାର ଟିକସ ଛାଡ଼ ବା ରିହାତି ଦେଇ ଜନସାଧାରଣଙ୍କୁ ଲୂଟୁଛନ୍ତି । ଏହି ଆନ୍ଦୋଳନରେ ସିପିଆଇ(ଏମ୍-ଏଲ୍) ରେଡଷ୍ଟାର ଜିଲ୍ଲା କମିଟି ସଦସ୍ୟା ପି.ପାର୍ବତୀ, ଟିୟୁସିଆଇର ପି ଯୋଗେନ୍ଦ୍ର, କ୍ରାନ୍ତିକାରୀ କୃଷକ ସଭାର ସଂଯୁକ୍ତା ନାୟକ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ବି ବୁଦ୍ଧିଆ, ଲକ୍ଷ୍ମୀ ନାୟକ, ବୁଲି ବେହେରା, ଅରୁଣ ବେହେରା, ମହେଶ୍ବରୀ ଦାଶ, ପ୍ରଶାନ୍ତ ଦାସ, ସଦାନନ୍ଦ ଦାଶ ଆଦି ଯୋଗଦେଇଥିଲେ ।

Leave A Reply

Your email address will not be published.