କୀନାଶକ ଔଷଧ ବିତରଣରେ କୃତ୍ରିମ ଅଭାବ ।

0 535

ପଦ୍ମପୁର,୩୧/୦୮(ପିପିଟି);ପଦ୍ମପୁର ଉପଖଣ୍ଡ ରେ ଗଣ୍ଠିପୋକ,ପତ୍ରପୋଡ଼ା, ସଢା ରୋଗ ହେବା ଫଳରେ ହଜାର ହଜାର ଏକର ଧାନ ଚାଷ ନଷ୍ଟ ହେବାରେ ଲାଗିଲାଣି। କୃଷି ବିଭାଗ ଦ୍ବାରା ଚାଷୀଙ୍କୁ ରିହାତି ମୂଲ୍ୟରେ କିଟନାଶକ ଔଷଧ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ହେଲେ ପଦ୍ମପୁର କୃଷି ସୂଚନା କାର୍ଯ୍ୟାଳୟରେ ତାର ବ୍ୟତିକ୍ରମ ଦେଖୁବାକୁ ମିଲିଛି । ହଜାର ହଜାର ଚାଷୀଙ୍କ ଧାନ ଚାଷ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ କିଛି ହାତ ଗଣତି ଚାଷୀଙ୍କୁ ଔଷଧ ବଣ୍ଟନ କରାଯାଇଛି । ସେହି ହାତଗଣତି ଚାଷୀଙ୍କୁ ମଧ୍ୟ ଅାବଶ୍ୟକ ମୁତାବକ ସମ୍ପୂର୍ଣ୍ଣ ଭାବରେ ଔଷଧ ପ୍ରଦାନ କରାଯାଇନାହିଁ । ଔଷଧ ପାଇବା ଆଶାନେଇ ଆଶିଥିବା ହଜାର ହଜାର ଚାଷୀ ନିରାଶ ହୋଇ ଫେରିବାର ଆମର ନଜରକୁ ଆସିଛିା ସ୍ଥାନୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଚାଷୀ ବାରମ୍ବାର ଏପରି ହଇରାଣ ହେଉଛନ୍ତି । ସମସ୍ତ ଚାଷୀଙ୍କୁ ଔଷଧ ପ୍ରଦାନ କରାଯିବ ବୋଲି ଅଧିକାରୀ ଚାଷୀଙ୍କୁ ଆଶ୍ବାସନା ଦେଉଛନ୍ତି ହେଲେ ଯାହାକୁ ଅପେକ୍ଷା କଲେ ଚାଷୀର ଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବ । ଯେଉଁ ଔଷଧ ଦିଆଯାଇଛି ତାହା ପୁଣି ମାତ୍ର ୨୫ ଦିନ ପରେ ଏକ୍ସପାଏରୀ ହେବ । ଅଫିସର ବାବୁଙ୍କ ବାରମ୍ବାର ଖାମଖିଆଲି ନୀତି ପାଇଁ ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହ କୋଣସି ଚାଷୀକୁ ତାର ପୈଠ କରିଥିବା ଟଙ୍କାର ରସିଦ ମଧ୍ୟ ଦିଆଯାଇନାହିଁ , ସେଥିରେ ମଧ୍ୟ ଅଫିସର ଚାଲାକୀ ଦେଖାଉଛନ୍ତି । ଯଦି କୋଣସି ଔଷଧ ଫେଲମାରେ ଏବଂ ଚାଷ ନଷ୍ଟ ହୁଏ ଅତି ସହଜରେ ଅଫିସର ନିଜ ମୁଣ୍ଡରୁ ଦୋଷ କାଢ଼ିନେବେ । ଏହାଶହ ସରକାରୀ ମୁଲ୍ୟରୁ କିଛି ଅଧିକଟଙ୍କା ନେଲେମଧ୍ୟ ଧରା ପଡିବେ ନାହିଁ ଅଫିସର । ସରକାରୀ ବାବୁ ପରୋକ୍ଷ ଭାବେ ବଜାରରୁ ଚଢା ଦରରେ ଔଷଧ କିଣିବା ପାଇଁ ଚାଷୀ ଙ୍କୁ ବାଧ୍ୟ କରାଯାଉଥିବା ଅନୁଭବ ହେଉଛି । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.