ଦିଗପହଣ୍ଡି,୧୩/୦୯; ରତନେଶ୍ବରୀ ମନ୍ଦିର ନିକଟରେ ଵ୍ରହ୍ମପୁର ବନଖଣ୍ଡର ଦିଗପହଣ୍ଡି ବନାଞ୍ଚଳର ଚିକିଟି ସେକ୍ସନ ବନବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଗତ ସେପ୍ଟେମ୍ବର ୩ତାରିଖରେ ବେଆଇନ କାଠ ପଟା ଚାଲାଣ ହେଉଥିବା ସମୟରେ ଚଢ଼ାଉ କରି ଗାଡି ସହିତ ଜବତ କରିଥିଲେ। ଏ ସଂକ୍ରାନ୍ତରେ କାହାରିକୁ ଗିରଫ କରିନଥିବା ବେଳେ ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟରେ ଜବତ କାଠ ପଟା ବୋଝେଇ ଗାଡି ଆଣି ରଖିଛନ୍ତି। ଏତେଦିନ ବିତିଯାଇଥିଲେ ମଧ୍ୟ କେସ ନକରିବା ଏବଂ ମାମଲାକୁ ରଫାଦଫା କରିବା ପାଇଁ ଉଦ୍ୟମ ଚାଲିଥିବା ନେଇ ଚର୍ଚ୍ଚା ଜୋର ଧରିଛି।