ସାନଖେମୁଣ୍ଡି , ୩୦/୦୭ (ପିପିଟି) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡପଡ଼ା ସ୍ଥିତ କସ୍ତୁରିବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ର ନିରାପତ୍ତା ଛାତ୍ରୀ ମାନଙ୍କ ସୁରକ୍ଷା ନେଇ ଏକ କମିଟି ଗଠନ ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅଞ୍ଜନା କୁମାରୀ ଦେବୀ ଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସି ଆର.ସି.ସି ତୋଫାନ ପାତ୍ର,ସ୍କୁଲ ପରିଚାଳନା ସଭାପତି ଶରତ ଚନ୍ଦ୍ର ସ୍ବାଇଁ, ଆଡପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ.ବାହନ ଦାସ,ଫାଣ୍ଡି ଅଧିକାରୀ ପ୍ରମୁଖ ଯୋଗ ଦେଇ ଆବାସିକ ବାଳିକା ବିଦ୍ୟାଳୟ ର ନିରାପତ୍ତା ଛାତ୍ରୀ ମାନଙ୍କ ସୁରକ୍ଷା ସହ ପରିବେଶକୁ ପ୍ରଦ୍ୟୁଷଣ ମୁକ୍ତ ପରିଚ୍ଛନ୍ନ ମଧ୍ୟାହ୍ନ ଭୋଜନ ପାନୀୟ ଜଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଚାରୁ ରୁପେ କିଭଳି ପରିଚାଳନା କରାଯାଇ ଭଲ ଭାବେ ଉପଯୁକ୍ତ ଶିକ୍ଷା ଦାନ କରାଯାଇ ପାରିବ ସେ ଉପରେ ଉପସ୍ଥିତ ଥିବା ସମସ୍ତ ଅତିଥିମାନେ ଆଲୋଚନା କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜାଗିଲି ନାୟକ ଅନ୍ନପୂର୍ଣ୍ଣା ପାଢ଼ୀ,ସୁନିଲ କୁମାର ପ୍ରଧାନ,ୱାର୍ଡ ମେମ୍ବର, ଅଙ୍ଗନୱାଡ଼ି ସୁପରଭାଇଜର , ଆଶା କର୍ମୀ,ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ – ଆରତ କୁମାର ହୋତା