କଳାବ୍ୟାଜ ପିନ୍ଧି ପ୍ରତିବାଦ କରୁଛନ୍ତି ସମସ୍ତ ବିଭାଗର ଆଉଟସୋର୍ସିଙ୍ଗ କର୍ମଚାରୀ ।

0 695

ବ୍ରହ୍ମପୁର,୧୫/୧୧(ପିପିଟି):ରାଜ୍ୟ ତଥା ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ନିଜର ବହୁଦିନର ଦାବି ଆଉଟସୋର୍ସିଙ୍ଗ ଉଛେଦ ଓ ସ୍ଥାୟୀ ନିଯୁକ୍ତି ଦାବିକୁ ନେଇ ଆସନ୍ତା ନଭେମ୍ବର ୨୬ ରେ କାର୍ଯ୍ୟାବନ୍ଦ ଆନ୍ଦୋଳନ ଡାକରା ଦେଇଥିବା ବେଳେ । ନଭେମ୍ବର ୧୪ ରୁ ଆସନ୍ତା ନଭେମ୍ବର ୧୯ ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ବ୍ଲାକବ୍ୟାଜ ପିନ୍ଧି ପ୍ରତିବାଦ ଜାରି ରଖିଛନ୍ତି । ଏହି କ୍ରମ ରେ ଗତକାଲି ଠାରୁ ସମସ୍ତ ବିଭାଗର କର୍ମଚାରୀ ମାନେ ପ୍ରତ୍ୟହ ନିଜ ନିଜ ବିଭାଗର କାର୍ଯ୍ୟାଳୟ ଆଗରେ ନାରାବାଜି ଦେବାସହ କଳାବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟାଳୟ,ସମସ୍ତ ସଦରମହକୁମା, ବ୍ଲକ ଓ ତହସିଲ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟ ବିଭାଗ, ପରିମଳ ବିଭାଗର ସମସ୍ତ ଏନଏସି, ମ୍ୟୁନିସିପାଲିଟି,ଓ ମହାନଗର ନିଗମ,ଏମକେସିଜି ମେଡିକାଲ କଲେଜ, ନଗର ଚିକିତ୍ସାଳୟ, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଶିକ୍ଷା ବିଭାଗର ସମସ୍ତ କର୍ମଚାରୀ ଓ ଏହାର ଅଧିନସ୍ଥ ଆଦର୍ଶ ବିଦ୍ୟାଳୟ, ବନ ବିଭାଗ ଓ ପାଖାପାଖି ୩୦ ରୁ ଉର୍ଦ୍ଧ୍ୱ ବିଭାଗର ତିନିହଜାରରୁ ଉର୍ଦ୍ଧ୍ୱ ଗ୍ରୁପ ‘ବି’,’ସି’ଓ ‘ଡି’ ଶ୍ରେଣୀର କର୍ମଚାରୀ ମାନେ ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି । ଯଦି ସରକାର ଦାବିପୂରଣରେ ବିଳମ୍ବ କରନ୍ତି ତେବେ ଆସନ୍ତା ୨୬ ନଭେମ୍ବର ଭୁବନେଶ୍ୱର ଲୋୟାର ପି.ଏମ.ଜି.ରେ ରାଜ୍ୟ ମହାସଂଘର ମିଳିତ ସମାବେଶରେ କାର୍ଯ୍ୟାବନ୍ଦ ଆନ୍ଦୋଳନ ଡାକରା ଦିଆଯିବା ପାଇଁ ନିଷ୍ପତି ହୋଇଛି ।

Leave A Reply

Your email address will not be published.