ବୋଲଗଡ,୦୧/୦୮(ପିପିଟି): ବୋଲଗଡ ବ୍ଲକ ର ଧଳାପଥର ସ୍ଥିତ କଳାପଥର ଧଳାପଥର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କଲେଜର କିଛି ଛାତ୍ର ମାନଙ୍କ ସହିତ ଅଣଛାତ୍ରମାନେ ଦୀର୍ଘଦିନଧରି କଲେଜ ପରିସରରେ ଅରାଜକତା ସୃଷ୍ଟି କରୁଆସୁଥିଲେ । ଏଥିପାଇଁ କଳାପଥର କଲେଜ ତରଫରୁ ଓ ସ୍ଥାନୀୟ ବୁଦ୍ଧିଜୀବୀଏବଂ ତରଫରୁ କଳାପଥର ଗ୍ରାମର ସଭାପତି ବାଙ୍କି ଉପଜିଲ୍ଲାପାଳଙ୍କୁ ଭେଟି ଏକ କମିଟି ଗଠନ ପାଇଁ କହିଥିଲେ । ସେହି କମିଟି ଟି +୨ପ୍ରଥମ ବର୍ଷର ନାମ ଲେଖେଇଥିବା ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକଙ୍କୁ ଏକ ମିଟିଙ୍ଗ ଆଜି ଅନୁଷ୍ଠିତ ହୋଇଥିବାବେଳେ କଲେଜ କ୍ୟାମ୍ପସ ଭିତରେ ୪ଜଣ ଯୁବକ ବସିକି ଗ୍ଲାସରେ ମଦଢାଳିକି ମଦ ପାନ କରୁଥିଲେ । ଏହି ସମୟରେ ସମସ୍ତ ଅଭିଭାବକ ଓ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ମାନେ ବିରୋଧ କରିଥିଲେ । କିନ୍ତୁ ଏହି ୪ ଜଣ ପିଲା କାହା କଥାକୁ ଭୃକ୍ଷେପ କରିନଥିଲେ । କଲେଜର ପରିଚାଳନା କମିଟି ଓ କଲେଜର ପ୍ରିନ୍ସପାଲମିଶି ପୋଲିସ କୁ ଖବର କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୪ଜଣ ମଧ୍ୟରୁ ୩ଜଣଙ୍କୁ ଜବତ କରିଥିଲାବେଳ ଜଣେ ଅଣ ଛାତ୍ର ଖସି ଦୌଡ଼ି ପଳେଇଥିଲେ । ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ଦାବୀ ହେଉଛି ଯେ ଏ ଭଳି ଅରାଜକତା କରୁଥିବା ଅଣଛାତ୍ରମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଚିତ ଦଣ୍ଡ ଦିଆଯାଉ ବୋଲି ସାଧାରଣ ରେ ଦାବୀ ହୋଇଛି । ଏବଂ କଲେଜରେ ଜଣେ ପୋଲିସ ଗାର୍ଡ ରହି କଲେଜ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ନିବେଦନ କରିଛନ୍ତି କଳାପଥର ଗ୍ରାମବାସୀ ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)