ପୋଲସରା,୦୯/୦୬ (ପିପିଟି): ପୋଲିସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲମ୍ବ ପଞ୍ଚାୟତ ଠାରେ ଧାନ କ୍ରୟ କେନ୍ଦ୍ର (ମଣ୍ଡି) ନୂତନ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ଆୟୋଜିତ ଜନ ଅଭିଯୋଗ ଶୁଣାଣି ଏବଂ ସାଙ୍ଗଠନିକ ବୈଠକ ଜରିଆରେ ବିଜେପି ପ୍ରତିଜ୍ଞା ପତ୍ର ମାଧ୍ଯମରେ ବିଜେପି ଦଳରେ ଏକତ୍ରିତ ହୋଇ ରହିବା ଦଳକୁ ସୃଦୃଢ଼ କରିବା ପାଇଁ ଏକ ଶପଥ ପାଠ କରାଯାଇଛି। ଉକ୍ତ ଦୁଇ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଯୋଗଦେଇ ଏହି ନୂତନ ଗୃହ ଦ୍ଵାରା ଚାଷୀକୁଳ ବିଶେଷ ଭାବେ ଉପକୃତ ହେବେ। ଦେଶ ବା ରାଜ୍ୟର ଅର୍ଥନୀତି ଚାଷ ଉପରେ ନିର୍ଭରଶୀଳ। ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଚାଷୀଙ୍କୁ ସୁଦୃଢ଼ କରିବା ନିହାତି ଆବଶ୍ୟକ। ସେଥିପାଇଁ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ ଟଙ୍କାର ବୋନସ ଦେବା ସହ ଝୋଟ, ମୁଗ ଓ ସୂର୍ଯ୍ୟମୁଖୀ ପରି ଉତ୍ପାଦର ଏମ୍ ଏସ୍ ପି ଦ୍ୱିଗୁଣିତ କରିଛନ୍ତି। ଯାହାକି କୃଷକଙ୍କ ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ କରିପାରିଛି ବୋଲି ଉଭୟ ମନ୍ତ୍ରୀ ଓ ସାଂସଦ ମତପ୍ରକାଶ କରିଥିଲେ। ଏହାସହିତ କଳମ୍ବ ଗ୍ରାମର ଡ୍ରାମା ପେଣ୍ଡାଲ ପଡ଼ିଆରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଦ୍ବାରା ଶତାଧିକ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଏହି ଜନ ଅଭିଯୋଗ ଶୁଣାଣି ଲୋକଙ୍କ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିବା ସହ ନିଜର ଅଭିଯୋଗ ନେଇ ଆସିଥିବା ଜନସାଧାରଣ ସମସ୍ୟା ଦୂରୀକରଣ ପାଇଁ ବିଭାଗୀୟ କତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇ,ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପରେ ଆୟୋଜିତ ସାଙ୍ଗଠନିକ ବୈଠକରେ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କୁ ସଂଗଠନକୁ ସୁଦୃଢ କରିବା ସହିତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ସମାଜର ଅନ୍ତିମ ବର୍ଗ ପାଖରେ ପହଞ୍ଚାଇବାକୁ ତତ୍ପରତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହିତ ଏକ ପ୍ରତିଜ୍ଞା ପତ୍ର ପ୍ରଦାନ କରାଯାଇ ମନ୍ତ୍ରୀ ଓ ସାଂସଦ ଙ୍କ ଉପସ୍ଥିତରେ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା। ଉକ୍ତ ଦୁଇ କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ ସାଂସଦଙ୍କ ସମେତ ମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ପ୍ରତାପ ଚନ୍ଦ୍ର ପ୍ରଧାନ, ପୂର୍ବତନ ସରପଞ୍ଚ କାଶିନାଥ ସାହୁ, ରାଜେନ୍ଦ୍ର ପାତ୍ର,ପ୍ରତିମା ସାହୁ, କାମଦେବ ପ୍ରଧାନ,ଦୀପକ ପୋଲାଇ,କାମ୍ପ ବାଢେଈ, ରାମକୃଷ୍ଣ ସାହୁ, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ମୃତ୍ୟୁଞ୍ଜୟ ପଟ୍ଟନାୟକ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ବେଳେ ପୂର୍ବତନ ସରପଞ୍ଚ ପ୍ରଶାନ୍ତ ପ୍ରଧାନ ଓ ନିକୁଞ୍ଜ ସାହୁ ସହିତ ଅଶୋକ କୁମାର ସାହୁ ଏବଂ ଗ୍ରାମର ବିଜେପି କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। କଳମ୍ବ ଗ୍ରାମର ସୁକାନ୍ତ ପ୍ରଧାନଙ୍କ ଝିଅ ବୈଜୟନ୍ତୀ ମାଳା ପ୍ରଧାନ ମନ୍ତ୍ରୀ ଓ ସାଂସଦ ଙ୍କୁ ଭେଟି ନିଜ ହାତରେ ଆଙ୍କିଥିବା ଫୋଟ ଚିତ୍ର ଉଭୟଙ୍କୁ ପ୍ରଦାନ କରିଥିଲେ।
ରିପୋର୍ଟ:- ସନ୍ତୋଷ କୁମାର ପଣ୍ଡା