ଦିଗପହଣ୍ଡି,୧୧/୦୯(ପିପିଟି); ଦିଗପହଣ୍ଡି ଥାନା ମହୁଡା ନିକଟ ଏ.ରଘୁନାଥପୁର ଗ୍ରାମରେ କଲ୍ୟାଣ ମଣ୍ଡପ ନିର୍ମାଣକୁ କେନ୍ଦ୍ରକରି ବୁଧବାର ସକାଳେ ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ଘଟିଥିବା ସଂଘର୍ଷ ମାମଲାରେ ଦିଗପହଣ୍ଡି ପୋଲିସ ୪ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଜଣେ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଏକ ଅତ୍ୟାଧୁନିକ ମାଉଜର୍ ଜବତ କରିଛି । ଖବରପ୍ରକାରେ , ଗତକାଲି ସକାଳୁ ଗ୍ରାମରେ ରହିଥିବା କଲ୍ୟାଣ ମଣ୍ଡପକୁ ନେଇ ସବର୍ଣ୍ଣ ଗୋଷ୍ଠୀର ସଂଘବଦ୍ଧ ଆକ୍ରମଣରେ ଅସବର୍ଣ୍ଣ ଗୋଷ୍ଠୀର ସୁଶାନ୍ତ ନାୟକ, ଭାଲୁ ଦାସ , ସଞ୍ଜୟ ଦାସ ଓ ପଙ୍କଜ ଦାସ ନାମକ ୪ ଜଣ ବ୍ୟକ୍ତି ଆହତ ହୋଇଥିଲେ । ତେବେ ଆକ୍ରମଣ ପରେ ସବର୍ଣ୍ଣ ଗୋଷ୍ଠୀର ଯୁବକ ମାନେ ବ୍ରହ୍ମପୁର ସହରରୁ କିଛି ଅସାମାଜିକ ଯୁବକଙ୍କୁ ଡାକି ଆଣି ଗାଁରେ ମାଉଜର ଦେଖାଇ ଆତଙ୍କ ସୃଷ୍ଟି କରିବା ସହ ବିଭିନ୍ନ ମାରଣାସ୍ତ୍ର ଧରି ମାର୍ଚ୍ଚିଂ କରିବା ସହ ଅସବର୍ଣ୍ଣ ଲୋକଙ୍କୁ ଭୟଭୀତ କରାଇଥିଲେ। ଖବରପାଇ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସଦଳବଳ ଗାଁରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଥିଲେ । ଏନେଇ ଏତଲା ହେବା ପରେ ଥାନା ମାମଲା ନଂ.୧୯୭/୨୦ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି । ଅଭିଯୁକ୍ତ ମାନଙ୍କ କରୋନା ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ ସୂଚନା ପ୍ରଦାନ ଦେଇଛନ୍ତି । ରିପୋର୍ଟ – ଆରତ କୁମାର ହୋତା ।