“କବି ତିର୍ଥ”ଗାଁ ରୁପେ ପରିଚିତ ସାନପଦର।

0 375

ବୋଲଗଡ଼୧୭/୧୦(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାନପଦର “କବି ତିର୍ଥ” ଗ୍ରାମ ଭାବେ ସମଗ୍ର ଉତ୍କଳର ପୁରପଲ୍ଲୀ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିପାରିଛି। ଓଡିଆ ସାହିତ୍ୟ ଯଗତରେ ପ୍ରତିଭା ତଥା – ମଥୁରା ମଙ୍ଗଳ,ଗୋପମଙ୍ଗଳ, ମନବୋଧ ଚଉତିଶା, କଳାକଳେବର ଚଉତିଶା,ମନଃ ଶିକ୍ଷା,ବୈଦସାସ୍ତ୍ର ପରି ମହାନ କାବ୍ୟକୁ ରଚନା କରି ଓଡ଼ିଶା ସାହିତ୍ୟ ଜଗତରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାନପଦର ରେ ଜନ୍ମ ଗ୍ରହଣ କରିଥିବା ଗ୍ରାମକୁ ଓ ଉତ୍କଳରେ ଗର୍ବିତ ଓ ଗୌରାବାନ୍ୱିତ ହୋଇଥିବା ବୈଷ୍ଣବ କବି ଭକ୍ତ ଚରଣ ଦାସ,”ବସନ୍ତ ରାସର” ରଚୟିତା। କବି ପିଣ୍ଡକ ଶ୍ରୀଚନ୍ଦନ, “ଗୋପିଭାଷା ଓ ପାଣି ପିଇବ ଛାଣି ପଇସାନେବ ଗଣି”। ଦେନେଇ ଘଣି, “ବାହା ନ ହେବ କେବେ କାଣୀ ସିଏ ହେଉପଛେ ରାଜରାଣୀ ” ଏହିପରି ଢଗଢମାଳି ଓ ପ୍ରହେଳିକାର ରଚୟିତା କବି ଦନେଇ ଦାସ୍। ନାରୀକବି ନେତ୍ର ମଣୀ ରଚନା କରିଥିବା ପୁସ୍ତକ ସହସ୍ର ନାମା ମୃତ,ପ୍ରେମାସୁଧାମୟ, ଓ ଅନନ୍ତ ପାତାଳ ସିଂହ “ମହାଦେବଙ୍କସ୍ତୁତି, ଦଣ୍ଡ ନୃତ୍ୟ ଗୀତ,ଧାନମାଳିକା,ମାଛମାଳିକା, ଗ୍ରାମମାଳିକା,ଗଛମାଳିକା ପୁସ୍ତକ ରଚନା କରିଥିଲେ। ଏହି ପରି ପାଞ୍ଚ ଜଣ କବିଙ୍କୁ ଜନ୍ମ ଦେବାସହିତ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ଜନ୍ମଦେଇଛି ଏହି ସାନପଦର ମାଟି। ଯାହା କି ବୋଲଗଡ଼ମାଟି ଧନ୍ୟ ହୋଇଛି।
କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାର ଦୃଷ୍ଟି ସାନପଦର ଗ୍ରାମରେ ପଡିନାହିଁ। କବି ମାନଙ୍କର କାବ୍ୟ ରଚନା ଗୁଡ଼ିକ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରତିଯୋଗିତା ହେଉଅଛି। ତେଣୁ କବିମାନଙ୍କର କାବ୍ୟ କୃତି ଲୋକାନୁମୁଖି କରିବା ପାଇଁ ଯେଉଁ କାବ୍ୟ ଓ କବିତା ରଚନା କରିଛନ୍ତି ସେହି କାବ୍ୟ କୁ ଓଡିଶାରେ ପରିଚିତ କରିବା ପାଇଁ ସରକାରଙ୍କର ସହାୟତା ନିତ୍ୟାନ୍ତ ଆବଶ୍ୟକ। ଖୋଲା ଆକାଶ ତଳେ ଅବହେଳିତ ଅବସ୍ଥାରେ ରହିଛି କବିଙ୍କର ସ୍ମୃତି ସ୍ତମ୍ବ ଏବଂ ଅବହେଳିତ ଅବସ୍ଥାରେ ଅଛନ୍ତି କବିମାନଙ୍କର ବଂଶଧର ତେଣୁ କବିଙ୍କର କବିତ୍ଵ କୁ ଲୋକାଭିମୁଖୀ କରିବା ପାଇଁ ରାଜ୍ୟସ୍ତରରେ ଏକ ସ୍ମାରକ ଓ ରାଜ୍ୟ ସ୍ତରୀୟ ଉତ୍ସବ ଆୟୋଜିତ କରି କବି କୃତିତ୍ୱକୁ ସମଗ୍ର ଓଡ଼ିଶାରେ ପରିଚିତ କରିବାପାଇଁ ଗ୍ରାମବାସୀ ଓ ସାଧାରଣରେ ନିବେଦନ କରିଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.