କବିସୂର୍ଯ୍ୟ ନଗର ପ୍ରେସ୍ କ୍ଲବର ପଞ୍ଚଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ।

0 1,306

କବିସୂର୍ଯ୍ୟ ନଗର,୧୯/୧୨(ପିପିଟି): କବିସୂର୍ଯ୍ୟ ନଗର ପ୍ରେସ୍ କ୍ଲବର ପଞ୍ଚଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କନକ ମଞ୍ଜରୀ ପାଠାଗାର ଠାରେ ପ୍ରେସ୍ କ୍ଲବ ବାର୍ଷିକ ଉତ୍ସବକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ଯକ୍ଷ ଶ୍ରୀକାନ୍ତ ସାହୁ ଉଦ୍‌ଘାଟନ କରିଥିଲେ। ପ୍ରେସ୍ କ୍ଲବ ସାଧାରଣ ସମ୍ପାଦକ ସପ୍ନେଶ୍ବର ପାଣିଗ୍ରାହୀ ବିବରଣୀ ପାଠ କରିଥିଲେ। ସମରଜିତ୍ ମହାନ୍ତିଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା। “କୋଭିଡ-୧୯ ମହାମାରୀ ସମୟରେ ଜନ ପ୍ରତିନିଧି ଓ ଗଣମାଧ୍ୟମର ଭୂମିକା “ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଅତିଥି ଭାବରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ, ପୂର୍ବତନ ନଗରପାଳ ବିପିନ ବିହାରୀ ସ୍ବାଇଁ,ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢୀ, ପୂର୍ବତନ ନଗରପାଳ ମନୋରଞ୍ଜନ ମହାପାତ୍ର,ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତ ସ୍ବାଇଁ ଯୋଗଦେଇ କୋଭିଡ ମହାମାରୀକୁ କିଭଳି ସରକାର, ପ୍ରଶାସନ, ଜନ ପ୍ରତିନିଧିଙ୍କ କାର୍ଯ୍ଯଶୈଳୀ ଉପରେ ଆଲୋଚନା କରିବା ସହିତ ଗଣମାଧ୍ୟମ ପ୍ରତିନିଧି ମାନେ ଜୀବନକୁ ବାଜି ଲଗାଇ ଖବର ପ୍ରସାରଣ କରିବାର ଭୂମିକାକୁ ପ୍ରଶଂସା କରିଥିଲେ। କବିସୂର୍ଯ୍ୟ ନଗର ଠାରେ ସ୍ଥାୟୀ ପ୍ରେସ୍ କ୍ଲବ କାର୍ଯ୍ଯାଳୟ ପାଇଁ କବିସୂର୍ଯ୍ୟ ନଗର ବିଧାୟିକା ଗୁରୁତର ସହ ପ୍ରସ୍ତାବ ଦେଇଥିଲେ। ସମସ୍ତ ଅତିଥି ମାନେ ସ୍ଥାୟୀ କାର୍ଯ୍ୟାଳୟ ପ୍ରତି ସମର୍ଥନ କରିଥିଲେ। ସମ୍ବାଦିକ ମାନେ ନିରପେକ୍ଷ ହୋଇ ଅଧିକ କାର୍ଯ୍ଯ କରିବା ସହିତ ଜନତାଙ୍କ ସମସ୍ଯାକୁ ଗୁରୁତ୍ବ ଦିଅନ୍ତୁ ବୋଲି ଅତିଥି ମାନେ ମତବ୍ଯକ୍ତ କରିଥିଲେ। ସାମ୍ବାଦିକ ଗଣେଶ ଡାକୁଆ, ହୋମଗାର୍ଡ ଗୋବର୍ଦ୍ଧନ ନାୟକ, ସମାଜସେବୀ ଇ.ମାହେଶ୍ବରୀ ଦୋରା, ଯୁବ ନେତା ନଚିକେତ ସ୍ବାଇଁଙ୍କୁ କବିସୂର୍ଯ୍ୟ ନଗର ପ୍ରେସ୍ କ୍ଲବ ତରଫରୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଓକିଲ, ସାମ୍ବାଦିକ,ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.