କବିସୂର୍ଯ୍ୟନଗର,୧୮/୧୨(ପିପିଟି):କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୬ଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଲୋଚନା ଚକ୍ର “ବର୍ତ୍ତମାନ ସ୍ଥିତିରେ ଇଣ୍ଟରନେଟ ଓ ସୋସିଆଲ ମିଡିଆର ଭୂମିକା” ସମ୍ପର୍କରେ ବିତର୍କ ହୋଇଥିଲା। ମୁଖ୍ଯ ଅତିଥି ଭାବରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ, ବିଡିଓ ତନ୍ମୟ ପାତ୍ର, ବ୍ଲକ ଅଧ୍ୟକ୍ଷା ଜ୍ଯୋର୍ତିମୟୀ ସ୍ବାଇଁ, ଏନ୍ଏସି ଅଧ୍ୟକ୍ଷା ଏସ୍.ଲକ୍ଷ୍ମୀ ସେଠୀ, ଉପ ନଗରପାଳ ବିକ୍ରାନ୍ତ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଆଜିର ଦୂନିଆରେ ଇଣ୍ଟରନେଟର ଆବଶ୍ୟକତା ଜରୁରୀ ହୋଇପଡିଛି । ସମସ୍ତ ସରକାରୀ ଯୋଜନା ଠାରୁ ଆରମ୍ଭ କରି ଶିକ୍ଷା ଓ ବାଣିଜ୍ଯ କରବାର ଇଣ୍ଟରନେଟ ଦ୍ବାରା ପରିଚାଳିତ । ସୋସିଆଲ ମିଡିଆ ବର୍ତ୍ତମାନ ବର୍ତ୍ତମାନ ବର୍ତ୍ତମାନ ସାମାଜର ସବୁସ୍ତରରେ ବ୍ଯବହୃତ। ପ୍ରତ୍ୟେକ ମୁହୁର୍ତ୍ତର ଖବର ଖୁବ କମ ସମୟ ମଧ୍ଯରେ ପ୍ରସାରିତ ହେବା ସହଯ ହୋଇଛି। ଦେଶବିଦେଶ ଖବର ସହିତ, କଳା ଓ ସଂସ୍କୃତି ବିଷୟରେ ଜାଣିବା। ଦେଶବିଦେଶରେ ଥିବା ବନ୍ଧୁ ପ୍ରିୟଜନଙ୍କ ସହିତ ଯୋଡି ହେବା ଏବଂ ପ୍ରତ୍ୟେକ ମୁହୁର୍ତ୍ତର ଘଟଣାକୁ ମୋବାଇଲ କେମେରାରେ ଉଠାଇ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହଜ ହୋଇଛି ।ସୋସିଆଲ ମିଡିଆରେ ବେଳେ ବେଳେ ମିଥ୍ଯା ଖବର ଓ ଫଟୋ ଏଡିଟିଙ୍ଗ କରି ବଦନାମ ଭଳି ଖବର ପ୍ରସାରିତ ହୋଇଯାଇଥାଏ। ଯାହାବି ହେଉ ସୋସିଆଲ ମିଡିଆର ଗୁରୁତ୍ବ ବଢିବା ସହିତ ମଣିଷର ଦୈନନ୍ଦିନ ଜୀବନ ଶୈଳୀର ଏକ ଅଙ୍ଗ ସଦୃଶ୍ଯ ହୋଇଯାଇଛି ବୋଲି ବକ୍ତାମାନେ ଆଲୋଚନାଚକ୍ର ଅଂଶ ଗ୍ରହଣ କରି ମତବ୍ୟକ୍ତ କରିଥିଲେ। ବାର୍ଷିକ ଉତ୍ସବରେ ପ୍ରେସକ୍ଲବ ସଭାପତି ସମରଜିତ୍ ମହାନ୍ତି ସଭାପତିତ୍ବ କରିଥିଲେ। ସାଧାରଣ ସମ୍ପାଦକ ସପ୍ନେଶ୍ବର ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିଥିଲେ। ସାମ୍ବାଦିକ ଗଣେଶ୍ଵର ଡାକୁଆ, ସାମ୍ବାଦିକ ନିକୁଞ୍ଜ ବିହାରୀ ମହାପାତ୍ର,ସାମ୍ବାଦିକ ଉମାଚରଣ ପଟ୍ଟନାୟକ, ସାମ୍ବାଦିକ ଆଲୋକ ଦାସ, ସାମ୍ବାଦିକ ରାମଚନ୍ଦ୍ର ଜେନା, ସାମ୍ବାଦିକ ନୃସିଂହ ନାଥ ସ୍ବାଇଁ ସମସ୍ତ କାର୍ଯ୍ୟକ୍ରମର ପରିଚଳନା କରିଥିଲେ।