କବିସୂର୍ଯ୍ଯ ନଗର,୨୯/୦୬(ପିପିଟି); ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ଓଡ଼ିଶାର ମହିଳା ସଙ୍ଗଠନକୁ ସକ୍ରିୟ କରିବା ପାଇଁ ପୁନର୍ଗଠନ କରିଛନ୍ତି। ମହିଳା ବିଜେଡିର ଉପଦେଷ୍ଟା ଭାବରେ କବିସୂର୍ଯ୍ଯ ନଗର ବିଧାୟିକା ଲତିକା ପ୍ରଧାନଙ୍କୁ ନିଯୁକ୍ତି ଦିଆଯାଇଛି। ବିଧାୟିକାଙ୍କୁ ନୂତନ ଦାୟିତ୍ବ ମିଳିଥିବାରୁ ଆଜି କବିସୂର୍ଯ୍ଯ ନଗର ଏନ୍ଏସି ଓ ବ୍ଲକ ବିଜେଡି କର୍ମକର୍ତ୍ତାଙ୍କ ତରଫରୁ ଡାକ ବଙ୍ଗଳା ଠାରେ ବିଧାୟିକା ଲତିକା ପ୍ରଧାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗର ଅଧ୍ଯକ୍ଷ ମନୋରଞ୍ଜନ ମହାପାତ୍ର, ପୂର୍ବତନ ୱାର୍ଡ ମେମ୍ବର ଭଗବାନ ସ୍ବାଇଁ,ରସଲ ଦାଶ,ଶିକ୍ଷକ ନେତା ବିପିନ ବିହାରୀ ଶତପଥୀ,ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢୀ,ଆଠଗଡ ପାଟଣା ସରପଞ୍ଚ ସୁନୀଲ କୁମାର ପୋଲେଇ,ବଡମହୁରୀ ସରପଞ୍ଚ ବ୍ରଜେନ୍ଦ୍ର ପ୍ରଧାନ,ଖଜାପଲ୍ଲୀ ସରପଞ୍ଚ ଗୌରହରୀ ଭୂୟାଁ,ବୁଦ୍ଧ ଦେବ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।