ଫୁଲବାଣୀ,୧୦/୦୯(ପିପିଟି); କନ୍ଧମାଳ ଜିଲ୍ଲାରେ ୨୦୧୯-୨୦ ଅନୁଦାନ ଅର୍ଥ ଖର୍ଚ୍ଚ ହୋଇପାରିନଥିବା ବେଳେ ଜିଲ୍ଲାକୁ ୨୦୨୦-୨୧ ପଞ୍ଚଦଶ ଅର୍ଥ କମିଶନ ର ଅନୁଦାନ ପୁଣି ପହଞ୍ଚି ସାରିଛି । ଜିଲ୍ଲାର ୧୭୧ ଟି ପଞ୍ଚାୟତ ପାଇଁ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାର ୯,୫୭,୨୧,୯୫୪ ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଅନୁଦାନ ୧୭୧ ପଞ୍ଚାୟତର ଏକାଉଣ୍ଟରେ ଚଢା ଯାଇଛି । ସେହିପରି ୧୨୧ ଟି ସମିତି ପାଇଁ ୨,୧୫,୭୩,୦୦୦ ଟଙ୍କା ଅନୁଦାନ ମିଳିଛି । ଏହି ସବୁ ଅର୍ଥ ବିଶେଷ କରି ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ , ପରିମଳ , ନାଳ , ରାସ୍ତା ଘାଟ ନିର୍ମାଣ ,ଓ କଲ୍ୟାଣ ମଣ୍ଡପ ଆଦି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଖର୍ଚ୍ଚ ହେବାନେଇ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଥିବା ବେଳେ ପୂର୍ବ ଅନୁଦାନ ଗୁଡିକ ଠିକ ଭାବେ ଖର୍ଚ୍ଚ ହୋଇନଥିବା ଓ ଯେଉଁ ଖର୍ଚ୍ଚ ହୋଇଥିବା ଅର୍ଥ ଠିକ ଭାବେ ଜନସାଧାରଣଙ୍କ ସ୍ୱାର୍ଥରେ ବ୍ୟବହାର ହେବା ପର୍ଯ୍ୟନ୍ତ ଦୃଷ୍ଟି ଦିଆଯାଇନଥିବା ଅଭିଯୋଗ ହେଉଛି । ଫଳରେ ଜିଲ୍ଲାକୁ ମିଳୁଥିବା ଅନୁଦାନ ଅର୍ଥର ଠିକ ଲକ୍ଷ୍ୟ ହାସଲ ହୋଇପାରୁନାହିଁ । ଏଣୁ ଖର୍ଚ୍ଚ କରାଯାଉଥିବା ଅର୍ଥର ସୁଫଳ ଜନସାଧାରଣଙ୍କ ପାଖରେ କିଭଳି ଠିକ ଭାବେ ପହଞ୍ଚି ପାରିବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ସମୀକ୍ଷକ ମତ ରଖିଛନ୍ତି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।