ଫୁଲବାଣୀ,୧୮/୦୯(ପିପିଟି); କନ୍ଧମାଳ ଜିଲ୍ଲାରେ ଦିନ କୁ ଦିନ ଜଙ୍ଗଲ ସଫା ହେବାରେ ଲାଗିଛି ।ଗ୍ରାମାଞ୍ଚଳ ଗୁଡ଼ିକରେ ଗଞ୍ଜେଇ ଚାଷ ପାଇଁ ଵେ ଆଇନ ଭାବେ ଜଙ୍ଗଲ କଟା ଚାଲିଥିବା ଵେଳେ ସହର ଗୁଡ଼ିକରେ। ଜଙ୍ଗଲ ସଫାକରି ଵେଆଇନ ଘର ତିଆରି ଚାଲିଛି ।ଖୋଦ ଫୁଲବାଣୀ ସହର ମଧ୍ୟ ଭାଗରେ ଥିବା ବ୍ରାହ୍ମଣଦେଵୀ ପାହାଡ଼ ଓ ଅରବିନ୍ଦ ନଗର ମୁଣ୍ତିଆରେ ମୁଲ୍ୟବାନ ଗଛ କାଟି ଜବର ଦଖଲ ଚାଲିଥିବା ଵେଳେ ବିଭାଗୀୟ କର୍ତ୍ତୃପକ୍ଷ ନିଳବ। ତହସିଲ ଏହି ଜାଗାର କିସମ ଖେସେରା ଜଙ୍ଗଲ ଥିବାରୁ ଏହାକୁ ରୋକିବା ବନ ଵିଭାଗ କାମ କହି ଚୁପ ଥବା ଓ ବନ ଵିଭାଗ ଏହା ବନଵିଭାଗ ନାରେ ରେକଡ଼ ହୋଇନଥିବା କହି ଚୁପ ଅଛନ୍ତି । ଗତ କିଛି ବର୍ଷ ପୂର୍ଵେ ପ୍ରସାଶନ ଏହିସ୍ତାନରେ ଘରକରି ରହୁଥିବା ଅନେକ ଘର ଭାଙ୍ଗି ସେହି ଦଖଲକାରୀଙ୍କୁ ଵେ ଘର କରିଥିବା ଵେଳେ ଏବେ ନିରବ କାହିଁକି । ପୁଣି ଲୋକେ ପ୍ରସାଶନର ନିରଵତାକୁ ସୀକୃତି ଭାଵି ସର୍ବସ୍ଵ ସାରି ଘରକରି ରହିବାପରେ ଭାଙ୍ଗିଲେ ଏହା ପ୍ରସାଶନ ର ତୃଟି ନୁହେଁ କି ? ଵିଭାଗିୟ ସମନୟ ରଖି ପ୍ରଶାସନ ତୁରନ୍ତ ପଦଖେପ ନ ନେଲେ ଜଙ୍ଗଲ ସଫା ହେବା ସହ ମୁଣ୍ତ ଗୁଞିବା ପାଇଁ ଜୀବନର ସର୍ଵସ୍ୟ ସାରି ଘରଟିଏ କରି ଥିବା ଗରିବ ଲୋକ ଵିପଦ ଆଶଙ୍କା ରେ ରହିଵେ । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)