କନ୍ଧମାଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦଲାଲଙ୍କ ନିୟନ୍ତ୍ରଣରେ ।

0 524

ଫୁଲବାଣୀ,୧୭/୦୯(ପିପିଟି); ରାଜ୍ୟ ସରକାରଙ୍କ କଡା ଆଇନ ପରେ ମଧ୍ୟ କନ୍ଧମାଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦଲାଲ ରାଜୁତି ବନ୍ଦ ହୋଇ ପାରିନାହିଁ । ଆଇନ ପୂର୍ବରୁ କାର୍ଯ୍ୟାଳୟ ଭିତରେ ଦଲାଲ ଚଳାଇଥିଲେ ରାଜୁତି ବର୍ତ୍ତମାନ ଅଫିସ ପରିସର ବାହାରେ ଅନଲାଇନ କାଉଣ୍ଟର ଖୋଲି ନିୟନ୍ତ୍ରଣ କରୁଛନ୍ତି କାର୍ଯ୍ୟାଳୟକୁ । କୋଭିଡ ପାଇଁ କାର୍ଯ୍ୟାଳୟ ଫାଟକ ବନ୍ଦ ରହୁଥିବା ବେଳେ କାର୍ଯ୍ୟାଳୟର ପ୍ରତ୍ୟେକ କାମ କାର୍ଯ୍ୟାଳୟ ବାହାରେ ଦଲାଲ ଚଳାଇଛନ୍ତି । ଗ୍ରାମାଞ୍ଚଳ ଓ ଦୂରଦୂରାନ୍ତରୁ ଆସୁଥିବା ଲୋକ ପରିସ୍ଥିତିରେ ପଡି ବାଧ୍ୟ ହେଉଛନ୍ତି ଏ ଦଲାଲଙ୍କୁ ମାଧ୍ୟମ କରିବାକୁ । ଏହିପରିକି ବିନା ଦଲାଲରେ ଅଫିସରୁ ଫର୍ମ ଟିଏ ମଧ୍ୟ ମିଳିପାରୁ ନାହିଁ । ଦଲାଲଙ୍କ ମାଧ୍ୟମରେ ମୋଟର ସାଇକେଲ ଲାଇସେନ୍ସଟି କରିବାକୁ ହେଲେ ୩୫୦ ଜାଗାରେ ୨,୦୦୦ ଦେବାକୁ ପଡୁଛି । ଫିଟନେସ ପାଇଁ ୬୦୦ ପରିବର୍ତ୍ତେ ୧,୦୦୦ ରୁ ୧,୫୦୦ ଟଙ୍କା ଦେବାକୁ ପଡୁଛି ସେହିପରି ପରମିଟ ପାଇଁ ୬,୦୦୦ ଓ ରେଡ଼କ୍ରସ ପାଇଁ ୫୦୦ ପରିବର୍ତ୍ତେ ୮ ରୁ ୯ ହଜ଼ାର ଟଙ୍କା ଦେବାକୁ ପଡୁଛି । ସରକାରଙ୍କ ଏତେ କଟକଣା ଓ ଗିରଫଦାରୀ ନାଟକରେ ପରିଣତ ହୋଇଛି । ବିନା ଅଫିସର ସହଯୋଗରେ ଏହିଭଳି ଦଲାଲ ରାଜ ସମ୍ଭବ ନୁହେଁ ବୋଲି ମତ ପ୍ରକାଶ ପାଇଛି । ଏଣୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଏହି ଦଲାଲଙ୍କୁ ଜବତ ନ କଲେ ସରକାରଙ୍କ ନିୟମ ଧର୍ମକୁ ଆଖି ଠାର ସଦୃଶ୍ୟ ହେବ । ଓ ସାଧାରଣ ଜନତା ଦଲାଲଙ୍କ ମାଧ୍ୟମରେ ଶୋଷଣର ଶିକାର ହେଉଥିବେ । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)

Leave A Reply

Your email address will not be published.