କନ୍ଧମାଳର ୱାଇଲଡ଼ ଲାଇଫ ୱାର୍ଡେନ ହେଲେ କୌଶିକ ସାହୁ ।

0 221

ବାଲିଗୁଡା,୦୪/୦୭(ପିପିଟି): କନ୍ଧମାଳ ଜିଲ୍ଲା ୱାଇଲଡ଼ ଲାଇଫ ୱାର୍ଡେନ ଭାବେ ବାଲିଗୁଡାର ବରିଷ୍ଠ ଆଇନଜୀବୀ କୌଶିକ ସାହୁ ମନୋନିତ ହୋଇଛନ୍ତି । ରାଜ୍ୟ ମୂଖ୍ୟ ୱାଇଲଡ଼ ଲାଇଫ ଅଧିକାରୀ ଙ୍କ ଚିଠି ନଂ.୬୦୭୮/୨୧ ପ୍ରକାରେ ୱାଇଲଡ଼ ଲାଇଫ ୱାଡେନ ଭାବେ କୌଶିକ ସାହୁ ମନୋନୀତ ହୋଇଥିବା ବିଷୟ ବାଲିଗୁଡା ବନଖଣ୍ଡ ତରଫରୁ ଜଣାପଡିଛି । ଶ୍ରୀସାହୁ ଏଥି ପୂର୍ଵରୁ ୱାଇଲଡ଼ ଲାଇଫ ୱାଡେନ ରୂପେ ଚାରିଥର ମନୋନୀତ ହୋଇ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ ।କନ୍ଧମାଳ ଜିଲ୍ଲାର ଜଣାଶୁଣା ପରିବେଶବିତ, ବନ୍ୟଜନ୍ତୁ ସଂରକ୍ଷକ ଭାବେ ମଧ୍ୟ ଶ୍ରୀ ସାହୁ କାର୍ଯ୍ୟ କରି ଆସୁଛନ୍ତି । ଶ୍ରୀ ସାହୁଙ୍କ ଏହି ନୂତନ ନିଯୁକ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.