କନ୍ଧମାଳର ଡାକୁଲ ନୃତ୍ୟରେ ପ୍ରକମ୍ପିତ ହେଲା ବରଗଡ଼ ।

0 247

ବାଲିଗୁଡା,୨୯/୧୨(ପିପିଟି): ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଉଦଘାଟନ ଉତ୍ସବରେ ଆୟୋଜିତ ସାଂସ୍କୃତିକ ଶୋଭାଯାତ୍ରାରେ ଯୋଗଦେଇ ଦର୍ଶକଙ୍କ ମନମୋହିଲେ କନ୍ଧମାଳ କଳାବିକାଶ କେନ୍ଦ୍ର ବାଲିଗୁଡାର କଳାକାର । କନ୍ଧମାଳ କଳା ବିକାଶ କେନ୍ଦ୍ରର ସମ୍ପାଦକ ପ୍ରମୋଦ କୁମାର ଦଣ୍ଡସେନା,ଜଗନ୍ନାଥ ବିଶୋଇ, ଏବଂ ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ କନ୍ଧମାଳର ସର୍ବ ପୁରାତନ ଲୋକକଳା ଡାକୁଲ ନୃତ୍ୟ ବରଗଡ଼ରେ ପହଞ୍ଚି ଏକ କୋଡିଏ ଜଣିଆ ଟିମ ଦ୍ୱାରା ପରିବେଷଣ କରିଥିଲେ । ବରଗଡ଼ ଧନୁଯାତ୍ରାର ସାଂସ୍କୃତିକ ଶୋଭାଯାତ୍ରାରେ ଏହି ଡାକୁଲ ନୃତ୍ୟକୁ କୁ ଅଞ୍ଚଳର ଯୁବକ ଯୁବତୀ ଅଫିସର ମନଭରି ଉପଭୋଗ କରିଥିଲେ । ଆଦିମ ଅଧିବାସୀଙ୍କ ବେଶଭୁଷା କଳା ନୈପୁଣ ଏବଂ ନୃତ୍ୟକୁ ଜୀବନ୍ତ କରିବାରେ ସକ୍ଷମ ହୋଇଥିଲେ । ଏହି କଳା ସଂଗଠନ ଲୋକ କଳା ଲୋକ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଗ୍ରାମାଞ୍ଚଳର ପ୍ରତିଭାଙ୍କୁ ସୁଯୋଗ ଦେଉଥିବାରୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.