କୋଦଳା,୨୭/୧୨(ପିପିଟି): କୋଦଳା ପୋଲିସ ଚଢ଼ାଉରେ ଧରା ପଡିଲା ୧୦ଲିଟର ୫୦୦ର ବିଦେଶୀ ମଦ । ତାହା ପୁଣି ମନୁଷ୍ୟ ର ଜୀବନ ରକ୍ଷ୍ୟାକାରି ଔଷଧ ଦୋକାନ ଭିତରୁ । ଏମିତି ଏକ ଘଟଣା ଘଟିଛି କୋଦଳା ଥାନା ଅନ୍ତର୍ଗତ ଅଙ୍ଗାର ଗାଁ ରେ ,ଦୀର୍ଘଦିନ ଧରି ସତ୍ୟ ମେଡିସିନ ଷ୍ଟୋର ରେ ବିଦେଶୀ ମଦ ବିକ୍ରି ହେଉଥିବା ଖବର ପାଇ ସୁଯୋଗ ଅପେକ୍ଷ୍ୟା ରେ ଥିବା କୋଦଳା ପୋଲିସ ଆଜି ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ନେତୃତ୍ୱ ରେ ଏକ ଟିମ ଉକ୍ତ ମେଡ଼ିସିନ ଷ୍ଟୋର ରେ ଚଢ଼ାଉ କରି ସେଥିମଧ୍ୟରୁ ବିଭିନ୍ନ ନାମିଦାମୀ କମ୍ପାନୀର ୧୦.୫ ଲିଟର ବିଦେଶୀ ମଦ ଜବତ କରିବା ସହିତ ସଞ୍ଜୟ କୁମାର ସାହୁଙ୍କୁ ଗିରଫ କରିଥିବା ଜଣାପଡିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )