ଓଡିଶା କୃଷକ ସଭାର କୋଦଳା ତହସିଲ ସମ୍ମୁଖରେ ବିକ୍ଷୋଭ ।

0 288

ବେଗୁନିଆପଡା,୦୪/୧୧(ପିପିଟି):ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡିଶା କୃଷକ ସଭା ବେଗୁନିଆପଡା ବ୍ଲକପକ୍ଷରୁ କୋଦଳା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦଶନ କରାଯାଇଥିଲା । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଗଦାପୁର ପଞ୍ଚାୟତ ରାମାଙ୍କି ପଙ୍କା ଗ୍ରାମରେ ଆଦିବାସୀ ପରିବାର ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିଥିବା ପରିବାରକୁ ୨୦ଲକ୍ଷ ଟଙ୍କା ସହାୟତା ଦେବା ସହିତ ମୃତ୍ୟୁ ର ତଦନ୍ତ କରି ଦୋଷୀକୁ ଦଣ୍ଡପ୍ରଦାନ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରି ଆଦିବାସୀଙ୍କୁ ଜମିପଟ୍ଟା ପ୍ରଦାନ କରିବା । ERREPଯୋଜନା ରେ ମିଳିଥିବା ସରକାର ଜମିର ପଟ୍ଟା ପ୍ରଦାନ କରିବା ଦାବୀ ନେଇ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ପି.ହରେକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳୀ କୋଦଳା ତହସିଲଦାରଙ୍କ କହିବା ପ୍ରକାରେ କାର୍ଯ୍ୟାଳୟର କାର୍ଯ୍ୟରତ ଜଙ୍ଗଲ ଅଧିକାର ସଂଯୋଜକଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ଥିଲେ ଏଥିରେ ବ୍ଲକ ସଭାପତି ମୋଚିଆ ଶବର.କମିଟି ସଭ୍ୟ ବୁଦ୍ଧିଆ ଯାନୀ. ମଙ୍ଗଳା ଶବର. ଧୋବା ଶବର. ପାଣ ଯାନୀ,ଭାସ୍କର ଯାନୀ ପ୍ରମୁଖ ଯୋଗ ଦେଇ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.