ଭୁବନେଶ୍ଵର,ତା-୧୪/୦୯(ପିପିଟି); ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୨୬,୭୫୪ ମଧ୍ୟରୁ ୧୯,୬୬୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୪ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୧୦ ହୋଇଛି । ଦ୍ୱିତୀୟ ସ୍ଥାନରେ ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୧୯,୨୫୫ ମଧ୍ୟରୁ ୧୮,୫୯୭ ଜଣ ସୁସ୍ଥ ,୨୧୫ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୮ ହୋଇଛି । ନୂତନ ଆକ୍ରାନ୍ତ ୪,୧୯୮ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୪,୭୨,୫୧୭ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୧,୫୫,୦୦୫ ଚିହ୍ନଟ ହୋଇଛନ୍ତି ୧,୧୮,୬୪୨ ଜଣ ସୁସ୍ଥ ହୋଇଥିବା ବେଳେ ୩୫,୬୭୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬୩୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୪,୧୯୮ ଜଣଙ୍କ ମଧ୍ୟରୁ ୨,୪୭୬ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧,୭୨୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।