ଭୁବନେଶ୍ଵର,ତା-୧୩/୦୯(ପିପିଟି); ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୨୫,୯୯୬ ମଧ୍ୟରୁ ୧୮,୮୬୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୨ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୧୦ ହୋଇଛି । ଦ୍ୱିତୀୟ ସ୍ଥାନରେ ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୧୯,୨୧୧ ମଧ୍ୟରୁ ୧୮,୪୮୭ ଜଣ ସୁସ୍ଥ ,୨୧୫ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୮ ହୋଇଛି । ନୂତନ ଆକ୍ରାନ୍ତ ୩,୯୧୩ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦,୮୦୭ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୪,୨୩,୧୨୪ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୧,୫୦,୮୦୭ ଚିହ୍ନଟ ହୋଇଛନ୍ତି ୧,୧୫,୨୭୯ ଜଣ ସୁସ୍ଥ ହୋଇଥିବା ବେଳେ ୩୪,୮୪୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬୨୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩,୯୧୩ ଜଣଙ୍କ ମଧ୍ୟରୁ ୨,୩୪୮ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧,୫୬୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।