ଭୁବନେଶ୍ଵର,ତା-୧୧/୦୯(ପିପିଟି); ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୨୪,୬୨୫ ମଧ୍ୟରୁ ୧୭,୪୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୭ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୧୦ ହୋଇଛି । ଦ୍ୱିତୀୟ ସ୍ଥାନରେ ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୧୯,୦୬୭ ମଧ୍ୟରୁ ୧୮,୨୦୪ ଜଣ ସୁସ୍ଥ ,୨୧୪ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୮ ହୋଇଛି । ନୂତନ ଆକ୍ରାନ୍ତ ୩,୯୯୬ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୩,୧୧୭ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୩,୨୩,୬୪୧ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୧,୪୩,୧୧୭ ଚିହ୍ନଟ ହୋଇଛନ୍ତି ୧,୦୮,୦୦୧ ଜଣ ସୁସ୍ଥ ହୋଇଥିବା ବେଳେ ୩୪,୪୫୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬୦୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩,୯୯୬ ଜଣଙ୍କ ମଧ୍ୟରୁ ୨,୩୫୯ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧,୬୩୭ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।