ଜଗତସିଂହପୁର,ତା-୦୮/୦୯ (ପିପିଟି) ; ଆଜି ଓଡ଼ିଶାର ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ତିର୍ତ୍ତୋଲ ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରି ଗ୍ରାମବାସୀଙ୍କ ସହିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି। ମନ୍ତ୍ରୀଙ୍କ ସହିତ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପରିଦର୍ଶନ ସମୟରେ ଉପସ୍ଥିତ ରହି ଲୋକମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।କ୍ରିଷ୍ଣାନନ୍ଦପୁର ଠାରେ ମନ୍ତ୍ରୀ ଶ୍ରୀ ଦାସ ପାଇକା ନଦୀବନ୍ଧ ଉନ୍ନୟନ ସମ୍ପର୍କରେ ସାଂସଦ, ପୂର୍ବତନ ବିଧାୟକ ଓ ଜଳସମ୍ପଦ ବିଭାଗୀୟ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଥିଲେ ଓ ଶଙ୍ଖେଶ୍ୱର ଗ୍ରାମ ପରିଦର୍ଶନ କରି ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ରିପୋର୍ଟ – ପ୍ରତାପ କୁମାର ସିଂହ ।