କଳାହାଣ୍ଡି,୧୦/୦୯(ପିପିଟି); କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡାରେ ଏହିବର୍ଷ ଭାଦ୍ରବ ମାସରେ ପ୍ରଥମ କରି ଧାନ ମଡାଇ ଥିବାରୁ ଚାଷୀଙ୍କ ମୁହଁ ରେ ଖୁସିର ଲହରି ସୃଷ୍ଟି କରିଛି । ଏହି ବର୍ଷ ଠିକ୍ ସମୟରେ ବର୍ଷା ହୋଇନଥିବାରୁ ଜମିରେ ଚାଷ ସେତିକି ଭଲ ହୋଇ ନାହିଁ । କାହାର ଜମିର ମାଟି ଫାଟି ଆଁ କରିଥିବା ବେଳେ କାହାର ଜମିରେ ମାଟିରୁ ଧୁଳି ଉଡୁଥିବା ବେଳେ ଚାଷୀଙ୍କ ମନରେ ସୁଖ ତୁଳନାରେ ଦୁଃଖ ବି ଦେଖା ଯାଇଛି । କିଛି ଦିନ ପରେ କେନାଲ ପାଣି ଆସିଥିବା ରୁ ଚାଷୀ ହତାଶ ନହୋଇ ଚାଷ କାମରେ ଲାଗିଛନ୍ତି । ଗୋଟିଏ ପଟେ କରୋନା କଟକଣା ଚାଲିଥିବା ବେଳେ ଅନ୍ୟ ପଟେ ବର୍ଷା ପାଣିର ଅଭାବ ରହିବା ରୁ ହତାଶ ହୋଇ ମଧ୍ୟ ଚାଷ କାମରେ ଲାଗି ଛୋଟ ମାଲଧାନ ଅମଳ କରି ବିହନ ପାଇଥିବାରୁ ଚାଷୀମାନେ ଖୁସି ଥିବାର ଜଣାପଡିଛି । ରିପୋର୍ଟ – ବବୁଲୁ ସାହୁ ।