ଏସ ୟୁ ସି ଆଇ (କମ୍ଯୁନିଷ୍ଟ) ତରଫରୁ ଗଣ ବିକ୍ଷୋଭ।

0 246

ବୋଲଗଡ଼,୦୪/୧୧(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏସ ୟୁ ସି ଆଇ କମ୍ୟୁନିଷ୍ଟ ବୋଲଗଡ଼ ପକ୍ଷରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏ ନେଇ ଭିକ୍ଷୋଭକାରୀ ମାନେ ଭୂମିହୀନ ମାନଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କାଘର ଯୋଗାଇଦେବା,ଆଦିବାସୀ ମାନଙ୍କୁ ଜାତିଗତ ପ୍ରମାଣ ପତ୍ର ଯୋଗାଇଦେବା ଏବଂ ଦରଦାମ ବୃଦ୍ଧି ପ୍ରତିବାଦ ଭଳି ୩ଦଫା ଦାବି ନେଇ ଆଜି ଗଣବିକ୍ଷୋଭ ପଦର୍ଶନ କରି ନାରାବାଜି ଦେଇଥିଲେ ।ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ବୋଲଗଡ଼ ବିଡ଼ିଓଙ୍କୁ ପ୍ରଦାନ କରିଥିଲେ । ଦାବି ଗୁଡ଼ିକୁ ତୁରନ୍ତ ସମାଧାନ ନହେଲେ ଆଗକୁ ଆନ୍ଦୋଳନ ତୀବ୍ରତର କରିବା ପାଇଁ ଚେତାବନୀ ଦେଇଥିଲେ । ଏହି ଗଣବିକ୍ଷୋଭରେ ବୋଲଗଡ କମ୍ୟୁନିଷ୍ଟର ବହୁ ଆଦିବାସୀ ସଦସ୍ୟ ସଦସ୍ୟା ମାନେ ଯୋଗଦେଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.