ଏସ.ଗୋପାଳପୁର ପଞ୍ଚାୟତରେ କଂଗ୍ରେସର ଜୋରଦାର ପ୍ରଚାର ।

0 2,725

ସାନଖେମୁଣ୍ଡି,୧୩/୦୨(ପିପିଟି):ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଏସ.ଗୋପାଳପୁର ପଞ୍ଚାୟତରେ ଆଜି ଗଞ୍ଜାମ ଜିଲ୍ଲା ଜାତୀୟ କଂଗ୍ରେସ ସଭାପତି ତଥା ବିଧାୟକ ସାନଖେମୁଣ୍ଡି ରମେଶ ଚନ୍ଦ୍ର ଜେନା ଜୋରଦାର ପ୍ରଚାର କରିଥିବା ଦେଖିବାକୁ ମିଳିଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜାତୀୟ କଂଗ୍ରେସକୁ ମଜବୁତ୍ କରିବାରେ ଲାଗିଛନ୍ତି ଦଳୀୟ କର୍ମୀ ମାନେ । ଆଜି ଏସ.ଗୋପାଳପୁର ପଞ୍ଚାୟତରେ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ ରିଶ୍ମା ଜେନା ଏବଂ ସମିତିସଭ୍ୟ ପାର୍ଥି ନାରାୟଣ ଜେନାଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି ଜିଲ୍ଲା ସଭାପତି । ବିଗତ ପାଞ୍ଚ ବର୍ଷରେ ଯେଉଁ ସବୁ ଉନ୍ନତି ମୂଳକ କାର୍ଯ୍ୟ ସବୁ ହୋଇଛି ସେହି କାର୍ଯ୍ୟ ଧାରାକୁ ଆଗକୁ ବଢ଼ାଇବା ପାଇଁ ଭୋଟ ଭିକ୍ଷା କରିଛନ୍ତି । ମାଁ ରତ୍ନେଇ ପାହାଡକୁ ରାସ୍ତା , ପାନୀୟ ଜଳ ବ୍ୟବସ୍ଥା , ଗାଁକୁ ପକ୍କା ରାସ୍ତା , ଗରିବ ପାଇଁ ଆବାସ ଯୋଜନା , ରାସନ୍ କାର୍ଡ , ଇନ୍ଦିରା ବାସ , ବସୁଧା ଯୋଜନା ଏଭଳି ଅନେକ କାର୍ଯ୍ୟ ସବୁ ବିଗତ ପାଞ୍ଚ ବର୍ଷର ଉଦାହରଣ । ଗ୍ରାମର କୌଣସି ଲୋକ ନିଜର ମୌଳିକ ସୁବିଧାରୁ ବଞ୍ଚିତ ହୁଅନ୍ତି ସେଥିପ୍ରତି ସବୁବେଳେ ଦୃଷ୍ଟି ଦେବେ ବୋଲି କହିଛନ୍ତି ସରପଞ୍ଚ ପ୍ରାର୍ଥୀନୀ । ବିଗତ ପାଞ୍ଚ ବର୍ଷରେ ଦିଅର ପୂର୍ବତନ ସରପଞ୍ଚ ନିରାକାର ପ୍ରଧାନଙ୍କ ନେତୃତ୍ୱରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସବୁକୁ ଦୃଷ୍ଟି ଗୋଚର କରିଥିଲେ । ବୁଦ୍ଧିଜୀବୀ ମାନେ ତାଙ୍କୁ ସବୁବେଳେ ପ୍ରଶଂସା କରନ୍ତି । ଏମିତି ଜଣେ ଦକ୍ଷ ସରପଞ୍ଚ ତଥା ସମାଜସେବୀ ପାଇ ଆଜି ଆମେ ସମସ୍ତେ ଗର୍ବିତ ବୋଲି କହିଥିଲେ ଗ୍ରାମବାସି । ଏହି କାର୍ଯ୍ୟ ଧାରାକୁ ଆଗକୁ ବଢ଼ାଇବା ପାଇଁ ସେ ସମସ୍ତ ଗ୍ରାମବାସୀଙ୍କୁ ସାହାର୍ଯ୍ୟ ଭିକ୍ଷା କରିଥିଲେ । ଭାଉଜ ରିଶ୍ମା ଜେନାଙ୍କୁ ଲଙ୍ଗଳ ଚିହ୍ନ ଏବଂ ଭାଇ ନାରାୟଣ ପ୍ରଧାନଙ୍କୁ ଷ୍ଟୁଲ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ ।
(ରିପୋର୍ଟ – ଆରତ କୁମାର ହୋତା। )

Leave A Reply

Your email address will not be published.