ଏସିଆନ୍ ମାର୍ସଲଆର୍ଟର ଟାଏକୋଣ୍ଡୋ ପ୍ରତିଯୋଗିତାରେ ବିଶ୍ୱରଞ୍ଜନଙ୍କୁ କାଂସ୍ୟ ପଦକ ।

0 267

ଖୋର୍ଦ୍ଧା;୨୦/୦୫(ପିପିଟି): ନେପାଳର କାଠମାଣ୍ଡୁ ଠାରେ ମେ ୧୬ ରୁ ମେ ୧୮ ତାରିଖ ପର୍ଯ୍ୟନ୍ତ ଏସିଆନ୍ ମାର୍ସଲଆର୍ଟ ର ଟାଏକୋଣ୍ଡୋ ପ୍ରତିଯୋଗୀତାରେ ଖୋର୍ଦ୍ଧା ଗୁରୁଜଙ୍ଗ ଗ୍ରାମର ବିଶ୍ବ ରଞ୍ଜନ କାଂସ୍ୟ ପଦକ ହାସଲ କରି ଭାରତକୁ ଗୌରବନିତ କରିଛନ୍ତି । ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସିନିୟର ବାଳକ ବିଭାଗରେ ଏକେଏସ୍ ଟାଏକୋଣ୍ଡୋ ଏକାଡେମିର ବିଶ୍ୱରଞ୍ଜନ ଅମରଦୀପ୍ ଏସିଆନ୍ ମାର୍ସଲଆର୍ଟର ଟାଏକୋଣ୍ଡୋ ପ୍ରତିଯୋଗୀତାରେ “ପୁମ୍‌ସେ” ବିଭାଗରେ ତୃତୀୟ ସ୍ଥାନ ଅଧିକାର କରି ଏସିଆ ମହାଦେଶ ରେ ଭାରତ ପାଇଁ ଗୌରବ ଅର୍ଜନ କରିଛନ୍ତି । ସେ ଗ୍ରାଣ୍ଡମାଷ୍ଟର ଅଶୋକ କୁମାର ସାହୁଙ୍କ ତ୍ଵତାବିଧାନରେ ଏବଂ ତାଙ୍କ ପରିମାର୍ଜିତ ଶିକ୍ଷକତା ଯୋଗୁ ବିଶ୍ୱରଞ୍ଜନ ଆଜି ଭାରତ ପାଇଁ ତଥା ଓଡିଶା ପାଇଁ ଗର୍ବ ପାଲଟିଛନ୍ତି । ଗ୍ରାଣ୍ଡମାଷ୍ଟର ଅଶୋକ କୁମାର ସାହୁ ସମ୍ପାଦକ (ଖୋର୍ଦ୍ଧା ଜିଲ୍ଲା ଟାଏକୋଣ୍ଡୋ ଆସୋସିଏସନ ର ପ୍ରତିଷ୍ଠାତା ତଥା ବିଶ୍ଵ ଟାଏକୋଣ୍ଡୋ ମୁଖ୍ୟାଳୟ ଆନ୍ତର୍ଜାତୀୟ ପ୍ରଶିକ୍ଷକ) ବିଶ୍ଵ ଟାଏକୋଣ୍ଡୋ ମହାସଂଘ ର ବିଚାରକ (WTF) ଏବଂ ଦଳ ସଞ୍ଚାଳକ ଶ୍ରୀମତୀ ଭାରତୀ ଜଗଦେବଙ୍କ ନେତୃତ୍ୱରେ ସଫଳତା ହାସଲ କରି ଭାରତ କୁ ଗୌରବନୀତ କରିଛନ୍ତି । ବିଶ୍ୱରଞ୍ଜନ ଖୋର୍ଦ୍ଧା ଜିଲ୍ଲା, ଗୁରୁଜଙ୍ଗ ଗ୍ରାମର ଦିଲ୍ଲୀପ କୁମାର ସାହୁ ଓ କଳ୍ପନା ମହାନ୍ତିଙ୍କ କନିଷ୍ଟ ପୁତ୍ର ଅଟନ୍ତି। ସେ କଟକର “ଦି ଲ” ଆଇନ ମହାବିଦ୍ୟାଳୟ (ସୁକୃତୀ ପ୍ରାପ୍ତ ମଧୁସୂଦନ ଆଇନ ମହାବିଦ୍ୟାଳୟ)ର ଶେଷ ବର୍ଷର ଛାତ୍ର ଅଟନ୍ତି। ଦି ଲ” ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଏସ୍ କେ ରାୟ ଏବଂ ମଧୁସୂଦନ ଆଇନ ମହାବିଦ୍ୟାଳୟର କୁଳପତି ଡକ୍ଟର କମଳଜିତ୍ ସିଂହଙ୍କ ଆଶୀର୍ବାଦ ସହିତ ଜୀବନର ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ ପ୍ରେରଣା ଦେଇଛନ୍ତି । ଭୁବନେଶ୍ବରର ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏବଂ ଖୋର୍ଦ୍ଧା ଜିଲ୍ଲାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ,ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ବିଶ୍ୱରଞ୍ଜନଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ଉଜ୍ୱଳ ଭବିଷ୍ୟତ କାମନା କରି ଆଶୀର୍ବାଦ ପ୍ରଦାନ କରିଥିଲେ । ବିଶ୍ୱରଞ୍ଜନଙ୍କର ଏହି କୃତିତ୍ୱ ପାଇଁ ସାରା ରାଜ୍ୟରେ ଖୁସିର ଲହରୀ ଖେଳି ଯାଇଛି। ତାଙ୍କର ଏହି ସଫଳତା ପଛରେ ତାଙ୍କ ଗୁରୁ ଯିଏକି ଏହି ଏସିଆନ୍ ମାର୍ସଲଆର୍ଟର ଟାଏକୋଣ୍ଡୋ ପ୍ରତିଯୋଗୀତାରେ ମୁଖ୍ୟ ବିଚାରକ ହେବା ସହ ୬୦ ବର୍ଷ ବୟସ ବର୍ଗରେ ସ୍ଵର୍ଣ୍ଣପଦକ ହାସଲ କରି ଏସିଆ ମହାଦେଶ ତଥା ଭାରତ ପାଇଁ ଗୌରବାନୀତ କରି ବିଶ୍ୱରଞ୍ଜନଙ୍କୁ ସେ ପ୍ରେରଣା ସହ ଆଶୀର୍ବାଦ ପ୍ରଦାନ କରିଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.