ଏରେଣ୍ଡ୍ରା ଓ ରାଧାଦେଇପୁର ଗ୍ରାମରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ।

0 2,352

ସାନଖେମୁଣ୍ଡି,୧୬/୧୨(ପିପିଟି): ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇ ପୁର ଗ୍ରାମପଞ୍ଚାୟତ ଏବଂ ଏରେଣ୍ଡ୍ରା ଗ୍ରାମପଞ୍ଚାୟତ ରେ ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଆଜି ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ବିଜୟ ନାୟକ ଓ ରାଜ୍ୟ ବିଜୁ ଦଳର ମହିଳା ଉପଦେଷ୍ଟା ବା ସାନଖେମୁଣ୍ଡି ପୁର୍ବତନ ବିଧାୟିକା ନନ୍ଦିନୀ ଦେବୀ , ସାନଖେମୁଣ୍ଡି ବିଡିଓ ଗାୟତ୍ରୀ ଦତ୍ତ ନାୟକ , ସାନଖେମୁଣ୍ଡି ବ୍ଲକ ସଭାପତି ନୀଳମାଧବ ରାଉତ , ଗ୍ରାମ ସେବକ , ଜି.ଆର,ଏସ , ବ୍ଳକ ସମ୍ପାଦକ ଅମିନ ପ୍ରଧାନ, ରାଧାଦେଇ ପୁର ସରପଞ୍ଚ ରିତାଞ୍ଜଳୀ ବାରିକ,ଏରେଣ୍ଡ୍ରା ସରପଞ୍ଚ ଜୟନ୍ତୀ ପ୍ରଧାନ, ସହଦେବ ପ୍ରଧାନ, ପ୍ରଶାନ୍ତ ବାରିକ,ସାନଖେମୁଣ୍ଡି ବ୍ଲକ ବିଜେଡି ସମ୍ପାଦକ ସନ୍ତୋଷ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭ ଆରମ୍ଭ କରିବା ସହ ବିଜୁ ହେଲଥ ସ୍ମାର୍ଟ କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରାଯିବା ସହିତ ଏହି କାର୍ଡରେ ହିତାଧିକାରୀ କେମିତି ସମ୍ପୂର୍ଣ୍ଣ ସୁବିଧା ପାଇପାରିବେ ସେ ସମ୍ପର୍କରେ ଲୋକଙ୍କୁ ସୁଚନା ଦେଇଥିଲେ ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.