ଏମଭି-୯ ଗ୍ରାମରେ ବୃଦ୍ଧାଙ୍କୁ ନିର୍ମମ ହତ୍ଯା ।

0 227

ମାଲକାନଗିରି,୨୬/୧୦(ପିପିଟି): ମାଲକାନଗିରି ଥାନା ଅନ୍ତର୍ଗତ ଗୌଡ଼ଗୁଡା ପଞ୍ଚାୟତର ଏମଭି-୯ ଗ୍ରାମ ମୁଣ୍ଡରେ ଥିବା ଧାନ କ୍ଷେତରୁ ଜଣେ ବୃଦ୍ଧାଙ୍କ ଉଲଗ୍ନ ଅବସ୍ଥାରେ ପଡିଥିବା ଏକ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ଏହି ବୃଦ୍ଧାଙ୍କୁ କେହି ଦୁଷ୍କର୍ମ କଲା ପରେ ହତ୍ୟା କରି ଜମି ନାଳରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ମାଲକାନଗିରି ବ୍ଲକସ୍ଥିତ ଏମଭି- ୯ ଗ୍ରାମ ମୁଣ୍ଡରେ ଥିବା ଚାଷ ଜମି ନିକଟରେ ଘର କରି ଇରା ଗୌସ୍ବାମୀ ନାମକ ବୃଦ୍ଧା ରହୁଥିଲେ। ତାଙ୍କର ଦୁଇ ପୁଅ ମୁକୁନ୍ଦ ଏବଂ ବିଶ୍ବଜିତ ମାଲକାନଗିରିରେ ରୁହନ୍ତି । ବୃଦ୍ଧାଙ୍କ ସାନ ପୁଅ ମଙ୍ଗଳବାର ଏମଭି-୯ ସ୍ଥିତ ଘରକୁ ଆସି ମା’ଙ୍କ ସହ କଥାବାର୍ତ୍ତା କରି ନିଜ ଜମିରେ କିଛି ଗଛ ଲଗାଇ ଚାଲିଯାଇଥିଲେ। ଆଜି ସକାଳୁ ପୁଣି ଥରେ ପୁଅ ବିଶ୍ବଜିତ ଏମଭି-୯ ଗ୍ରାମକୁ ଆସି ଦେଖିବା ବେଳେ ମା’ ଘରେ ନ ଥିଲା । ଘର ଓ ଜମି ନିକଟରେ ଜିନିଷପତ୍ର ଭଙ୍ଗାରୁଜା ହୋଇ ପଡ଼ିଛି। ଗାଁରେ ମା’ଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ ।ଶେଷରେ ଧାନ ଜମିର ଏକ ନାଳରେ ମା’ଙ୍କର ଉଲଗ୍ନ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରିବାରର କେହି ଶତ୍ରୁ ନ ଥିବା ବେଳେ କାହିଁକି ତାଙ୍କ ମା’ଙ୍କୁ ହତ୍ୟା କରାଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ହୁଏତ କେହି ମଦ୍ୟପ ଦୁର୍ବୃତ୍ତ ତାଙ୍କ ମା’ଙ୍କୁ ଦୁଷ୍କର୍ମ କଲା ପରେ ହତ୍ୟା କରି ଜମିରେ ଫିଙ୍ଗିଦେଇଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି । ଏ ସଂପର୍କରେ ମାଲକାନଗିରି ଥାନାରେ ଏତଲା ଦେବା ପରେ ଆଇଆଇସି ରିଗାନ କିଣ୍ଡୋ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କ ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ ହସ୍ପିଟାଲକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.