ବୋଲଗଡ଼,୦୪/୨୩(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସାଗରଗୁଆଁ ଗ୍ରାମପଞ୍ଚାୟତର କୃଷ୍ଣପ୍ରସାଦ ଗ୍ରାମର ଆଦିବାସୀ ସାହିରେ ଏକତା ମହିଳା ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ଆବାହିକା ଶ୍ରଦ୍ଧାକାଶ୍ୟପ, ଓଡିଶା ରାଜ୍ୟ ଆବାହିକକା ଭାରତୀ ନାଏକ,ଜିଲ୍ଲା ସଂଯୋଜିକା ସସ୍ମିତା ନାଏକ ଆସି ଏକ ସାଧାରଣ ବୈଠକ କରିଥିଲେ। ଏଥିରେ ଜାତିଗତ ପ୍ରମାଣପତ୍ର ଓ ବିଭିନ୍ନ ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ କିଛି ଆଦିବାସୀ କେମିତି ଆଦିବାସୀ ରୁ ସାଧାରଣ ହୋଇଗଲେ ସେ ବିଷୟ ରେ ମଧ୍ୟ ଆଲୋଚନା କରିଥିଲେ ଏବଂ ଏକତା ସଂଗଠନ ମାଧ୍ୟମରେ ପଞ୍ଚାୟତର ସରପଞ୍ଚଙ୍କୁ ଲେଖିକରି ଦେବାସହିତ କିପରି ସମସ୍ୟାର ସମାଧାନ ପାଇଁ ପଲ୍ଲୀସଭା ଓ ଗ୍ରାମ ସଭାରେ ଯୋଗଦେବା ପାଇଁ ଉପଦେଶ ଦେଉଥିଲେ। ପରି ସେଶରେ ଜାନୁଆରୀ ୨୬ତାରିଖ ରେ ଏହା ନିସ୍ପତି ନେବାପାଇଁ ଏକତା ମଞ୍ଚ ପକ୍ଷରୁ ସ୍ଥିର କରାଯାଇଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)