***ଏଇତ ଜୀବନ***

0 19

କେବେ ଦୁଃଖ ଆସିଲେ
ଦୁଇ ଟୋପା ଲୁହ ଝରିଯାଏ
ଆଉ ସ୍ବଳ୍ପ ପ୍ରାପ୍ତିରେ
ମିଠା ମିଠା ହସ
ମହୁ ହୋଇ ନିଗିଡ଼ି ପଡେ
କାହାର ଟାଣ କଥା ଶୁଣି
ମଥା ଗରମ ହୋଇ ଯାଏ
ଏଇତ ଜୀବନ…..!!
ଜୀବନର ମାନେ ହେଲା
କର୍ମ – ଧର୍ମ-ଆଉ ମୋକ୍ଷ
ଶିଶୁରୁ ବାର୍ଦ୍ଧକ୍ୟ
ପ୍ରେମ -ପ୍ରତାରଣା-ପୀଡା
ସଂସାର ବନ୍ଧନ
କିଛି ସଫଳ ଆଉ ବିଫଳର
ହାସାବ ନିକାସ……!!
ଜୀବନ:କେବେ ଗ୍ରୀଷ୍ମର ଝଞ୍ଜାରେ
ଛଟପଟ/କେବେ ବର୍ଷାରେ ଓଦା ସର ସର
ଆଉ ଶୀତରେ ଜାକି ଜୁକି
ବଞ୍ଚିବାର ରାହା…..
ଏତେ ଭିତରେ
ଯାଉ ଯାଉ ଜୀବନ ପଥରେ
କେବେ କଣ୍ଟା ମାଡିବାର ଭୟ
କେବେ ପାହାଡରୁ ପଡିଯିବାର
ଆସନ୍ନ ଆଶଙ୍କାକୁ ନେଇ
ଦୋଦୁଲ୍ଯମାନ ମୁହୂର୍ତ୍ତ….!!
ଜୀବନ: କେବେ ମୁଠାଏ ଭାତ ପାଇଁ
ଦାନନ ଯନ୍ତ୍ରଣା/କେବେ ପେଟ ପାଇଁ
କଅଁଳ ସ୍ବପ୍ନର ସଉଦା
କେବେ କୁଆଁରୀ ଜୀବନରେ ସୂର୍ଯ୍ୟାସ୍ତ
ପୁଞ୍ଜିପତିର ଶୋଷଣରେ
ଗରିବର ଭାଗ୍ଯ ବିପର୍ଣ୍ଣ
ତମାମ ଜୀବନ……!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave A Reply

Your email address will not be published.