ଉଲୁଣ୍ଡା,୨୨/୧୦(ପିପିଟି): ରାଜ୍ୟ ନବୀନ ସରକାରଙ୍କ ଲୋକପ୍ରିୟତା, ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଓ ଉଲୁଣ୍ଡା ବ୍ଳକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଚାଲିଥିବା ଜନହିତକର କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ବିଜେଡ଼ି ଦଳର ନୀତି ଆଦର୍ଶରେ ସବୁ ବର୍ଗର ଲୋକଙ୍କୁ ସାମିଲ କରିବା ନେଇ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ଆଜି ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବିଧାୟକ ବ୍ଲକର ପୋଢଟିକିରା ଠାରେ ପହଞ୍ଚିଲା ପରେ ଦଳୀୟ କର୍ମୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସେଠାରେ ପଯାତ୍ରାରେ ବାହାରି ଉଲୁଣ୍ଡା ଶିବ ମନ୍ଦିର ଠାରେ ପହଞ୍ଚିଥିଲେ । ସେଠାରେ ବିଧାୟକ ପୂଜାର୍ଚନା କରିଥିଲେ । ସେଠାରୁ ପୁଣି ପଦଯାତ୍ରା ବାହାରି ଉଲୁଣ୍ଡା ବସ୍ତି, ବ୍ଲକଛକ,ମହୁଲପାଲି, ଗଣ୍ଡାବାହାଲ,କ୍ଷେମାଲୋଏ, ନାକଡେଇଁ, ବାଘପାଲି ଦେଇ କୋଟସମଲାଇ ଠାରେ ପହଞ୍ଚିଥିଲା । ଏହି କ୍ଷେମାଲୋଏ ଠାରେ ଆୟୋଜିତ ସଭାରେ ବିଧାୟକ ଶ୍ରୀ ବେହେରା ଯୋଗଦେଇ ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ତୃଣମୂଲ ସ୍ତରରେ ଯୋଜନା ଗୁଡିକ ଯେମିତି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେଥି ପ୍ରତି ଧ୍ୟାନ ଦେବାକୁ ଦଳୀୟକର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ ।ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ଜୋନ ୧ ଜିଲ୍ଲାପରିଷଦ ସଭ୍ୟା ବିଜୟଲକ୍ଷ୍ମୀ ତରାଇ, ଯୁବନେତା କୃତିବାସ ମିଶ୍ର, ବିହାରୀଲାଲ ମିଶ୍ରଙ୍କ ସମେତ ହଜାର ହଜାର ଦଳୀୟକର୍ମୀ ଯୋଗଦେଇଥିଲେ ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )