ଉଲୁଣ୍ଡା ବ୍ଲକରେ ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ ଶେଷ : ୮୫.୪୪ ପ୍ରତିଶତ ମତଦାନ ।

0 342

ଉଲୁଣ୍ଡା,୨୫/୦୨(ପିପିଟି): ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ଗତକାଲି ଶାନ୍ତି ଶୃଙ୍ଖଲା ସହିତ ସମ୍ପନ୍ନ ହୋଇଛି । ବ୍ଲକରେ ୮୫.୪୪ ପ୍ରତିଶତ ମତଦାନ ହୋଇଥିବା ବେଳେ ୧୭ଟି ପଞ୍ଚାୟତର ୨୩୪ ଟି ବୁଥରେ ୬୮ହଜାର ୩୪୯ ଜଣଙ୍କ ମଧ୍ୟରୁ ୫୮୩୯୭ ଜଣ ଭୋଟର ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି । ସୂଚନା ଅନୁସାରେ ବ୍ଲକର ଏସପତ୍ରାପାଲି,ସିଣ୍ଢୋଲ, ଜଉଁରାଭଉଁରା,ଚଢେଇପଙ୍କ,ଖେମାଲୋଏ,କୋଟସମଲାଇ,କାଦୋଦର,କଲାପଥର,ମହଦା,ମୁଣ୍ଢୋଘାଟ, ରକ୍ସା,ଜାଲୋଏ, ନିମା୍ନ, ପଂଚମହଲା,ବିଶିପଡା, ଉଲୁଣ୍ଡା ଏବଂ ଲସ୍ତଲା ପଞ୍ଚାୟତର ୧୧ ଜଣ ଜିଲ୍ଲାପରିଷଦ ସଭ୍ୟଙ୍କ ସମେତ ୬୧ଜଣ ସରପଂଚ, ୫୨ ଜଣ ସମିତିସଭ୍ୟ ଏବଂ ୨୭୨ ଜଣ ୱାଡସର୍ଭଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଧା ପଡିଛି । ଭୋଟର ମାନେ ଉତ୍ସାହର ସହିତ ମତଦାନ କରିଥିବା ବେଳେ ବ୍ଲକର ସଦର ପଞ୍ଚାୟତର ବୁଥ ନମ୍ବର ୧୯ ଏବଂ ୨୦କୁ ପିଙ୍ଗ ବୁଥ ଭାବରେ ନିଆଯାଇଥିଲା । ବିଶେଷ କରି ଉକ୍ତ ଦୁଇ ବୁଥରେ ଭୋଟର ମାନଙ୍କ ଉତ୍ସାହ ପରିଲକ୍ଷୀତ ହୋଇଥିଲା । ତେବେ ବ୍ଲକର ୩୬ଟି ସମ୍ବେଦନଶୀଳ ବୁଥରେ କଡାକଡି ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟର ମାନେ ମତଦାନ କରିଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.