ଉଲୁଣ୍ଡା,୧୨/୧୦(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଂଚାୟତ ସମିତି ସଭାଗୃହରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରେଆର ଓ ଚାଇଲଡ ଲାଇନ ସୁବର୍ଣ୍ଣପୁର ଆନୁକୁଲ୍ୟରେ ଏବଂ ଏସକେଏନ ନେଦରଲାଣ୍ଡର ସହାୟତାରେ ବାଲ୍ୟ ବିବାହ ନିରାକରଣ ପାଇଁ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ମାଧୁରୀ ହୋତାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ମୁଖ୍ୟ ଅତିଥି ,ସମ୍ମାନୀତ ଅତିଥି ଭାବରେ ଏବିଇଓ ମୁକେଶ ଭୋଇ, ମେଡିକାଲ ଅଫିସର ଡ. ଆଶୁତୋଷ ମିଶ୍ର, ଏବିଡିଓ ଶୁଭ୍ରାଂଶୁ ଶେଖର ମଲ୍ଲିକ ପ୍ରମୁଖ ଯୋଗଦେଇ ବାଲ୍ୟ ବିବାହ ନିରାକରଣ ଉପରେ ଆଲୋକପାତ କରିଥିଲେ । ଲକ୍ଷ୍ମଣ ସା ସ୍ୱାଗତ ଭାଷଣ ଦେଇଥିବା ବେଳେ ରେଆରର ସଂପାଦକ ଅନଙ୍ଗ ନେଗୀ ଉଦ୍ୟେଶ୍ୟ ଜ୍ଞାପନ କରିଥିଲେ । ଚାଇଲଡ ଲାଇନର ସଦସ୍ୟ ସୁଦାମ ଗାଇଗରିଆଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଉଲୁଣ୍ଡା ଯୁବମହାସଂଘର ସଭାପତି ପ୍ରମୋଦ ପଧାନଙ୍କ ସମେତ ବିଭିନ୍ନ ଗ୍ରାମରୁ ଜାତୀ ସମାଜର ମୁଖିଆ, ଅଙ୍ଗନୱାର୍ଡ କର୍ମୀ, ଆଶାକର୍ମୀ, ମହିଳା ପାରିଦର୍ଶୀକା ମାନେ ଯୋଗଦେଇଥିଲେ । ବିଶ୍ୱମ୍ବର ସାହୁ ଧନ୍ୟବାଦ ଦେଇଥିଲେ ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)