ଭଞ୍ଜନଗର,୨୭/୧୦(ପିପିଟି): ଭଞ୍ଜନଗର ଜଳସେଚନ ବିଭାଜନ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଡ଼ହ ଡ୍ୟାମ ଠାରେ ୪୦ତମ ମା’ ଶ୍ୟାମା କାଳୀ ପୂଜା ବେଶ ଯାକଜମକରେ ପାଳନ କରାଯାଉଛି। ଏହି ଅବସରରେ ବୁଧବାର ଦୈନିକ ପୂଜାର୍ଚ୍ଚନା ଏବଂ ସନ୍ଧ୍ୟାରେ ଆଳତୀ ପରେ ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀ,ଭଞ୍ଜନଗର ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଗୋକୁଳ ଚନ୍ଦ୍ର ପାଢ଼ୀ ସମ୍ମାନିତ ଅତିଥି ରୂପେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଞ୍ଚୁ ବେହେରା, ସହକାରୀ ଯନ୍ତ୍ରୀ ରମାକାନ୍ତ ଦାସ, ରଶ୍ମି ରଞ୍ଜନ ରଥ,କନିଷ୍ଠ ଯନ୍ତ୍ରୀ ବିଶ୍ୱ ମୋହନ ବେହେରା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ ପରେ ଅନୁଷ୍ଠାନର ମୁଖ୍ୟ ତଥା ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କୁନି କୁନି ନୃତ୍ୟଶିଳ୍ପୀଙ୍କ ଠାରୁ ଯୁବ ବର୍ଗର କଳାକାରଙ୍କ ବିଭିନ୍ନ ନୃତ୍ୟକୁ ଉପସ୍ଥିତ ଦର୍ଶକମାନେ ବେଶ ମନଭରି ଉପଭୋଗ କରିଥିଲେ। ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳର ଶହଶହ କଳାପ୍ରେମୀ ଦର୍ଶକ ଶାନ୍ତି ଶୃଙ୍ଖଳାର ସହ ଉପସ୍ଥିତ ରହି ଭିଡ଼ ଜମାଇଥିଲେ। ନିର୍ଦ୍ଦେଶକ ମାଷ୍ଟର ପିଣ୍ଟୁ,ଦିଲିପ, ପ୍ରମୋଦ,ଯୋଗେନ୍ଦ୍ର, ରୋହିତ, ବିକାଶ,ସଞ୍ଜୟ,ନାଲୁ,ପ୍ରିୟା, ହରପ୍ରିୟା,ଖୁସି,ସାନଭିଙ୍କ ସମେତ ଅନ୍ୟମାନଙ୍କ ନୃତ୍ୟ ଦର୍ଶକଙ୍କୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଜିତେନ,ଛାୟାକାନ୍ତ କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିଲେ। ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )