ମାଲକାନଗିରି,ତା:୦୬/୦୭(ପିପିଟି) ମାଲକାନଗିରି ଉତ୍କଳ ସାହିତ୍ଯ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକଙ୍କ ଦ୍ବାରା ୧୧୯ କଲୋନୀ ଠାରେ ବନମହୋତ୍ସବ ପାଳନ କରାଯାଇଛି । ଶ୍ରୀ ନାୟକ ଜଣେ ପ୍ରକୃତି ପ୍ରେମୀ ଏବଂ ବୃକ୍ଷକୁ ବେଶୀ ଭଲ ପାଆନ୍ତି । ୨୦୧୨/୧୩ ରେ ସେ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ବାରା ପ୍ରକୃତି ବନ୍ଧୁ ପୁରସ୍କାର ପାଇଥିବା ବେଳେ ୨୦୨୦ରେ ପ୍ରକୃତିମିତ୍ରପୁରସ୍କାର ପାଇଛନ୍ତି । ସେ ପ୍ରତି ବର୍ଷ ଉତ୍କଳ ସାହିତ୍ଯ ସଂସଦ ସଭାପତି ଭାବେ ବୃକ୍ଷ ରୋପଣକୁ ଗୁରୁତ୍ବ ଦେଇ ଆସିଛନ୍ତି । ସେ ଜାନୁଆରୀ ୨୬ ସାଧାରଣ ତନ୍ତ୍ର ଦିବସ ୨୦୨୦ ପାଳନ ପରିପ୍ରେକ୍ଷୀରେ ଓଡିଶା ରାଜ୍ଯ ସରକାରଙ୍କ ଦ୍ବାରା ପୁରସ୍କାର ପ୍ରାପ୍ତ ଉତ୍ତମ ସାମ୍ବାଦିକ । ଶ୍ରୀ ନାୟକ ଜଣେ ଜଣା ଶୁଣା କବି, ସମାଜସେବୀ ଏବଂ ଜଣେ ସୁସଂଗଠକ ନିଜ ଉଦ୍ଯମରେ ବିଭିନ୍ନ ସ୍ଥାନରେ ସଭା ସମିତି କରି ପରିବେଶ ସୁରକ୍ଷା ଉପରେ ଜନ ସଚେତନତା କରିବାରେ ଭିନ୍ନରୁଚି ରଖିଥାନ୍ତି ।