ଇଶାଣେଶ୍ଵର ପାଠାଗାର ଅନୁଷ୍ଠାନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

0 1,200

ସାନଖେମୁଣ୍ଡି, ୩୦/୦୮(ପିପିଟି); ଆମ ଭାରତ ବର୍ଷରେ ବାୟୁ ମଣ୍ଡଳ ଦିନ କୁ ଦିନ ଦୂଷିତ ହେବାରେ ଲାଗିଛି । ଗାଡି,ମୋଟର,ବିଭିନ୍ନ ଶିଳ୍ପ କାରଖାନା ରୁ ନିର୍ଗତ ଧୂଆଁ ଆମ ବାୟୁମଣ୍ଡଳ କୁ ଯାଇ ଦୂଷିତ କରୁଛି । ଦିନ କୁ ଦିନ ଗାଡି ମୋଟର କାରଖାନା ବଢ଼ିବାରେ ଲାଗିଛି । ବାୟୁମଣ୍ଡଳକୁ ପ୍ରଦୂଷିତ ଏବଂ ମାନବ ସମାଜକୁ ଅମ୍ଳଜାନ ଦବା କ୍ଷମତା କେବଳ ବୃକ୍ଷ ହିଁ କାର୍ଯ୍ୟ ନିର୍ବାହ କରିଥାଏ । ବୃକ୍ଷ ହିଁ ଜୀବନ ଏହାକୁ ମନୁଷ୍ୟ କେବେ ମଧ୍ୟ ଭୁଲିବା ଉଚିତ ନୁହେଁ । ହେଲେ ଏବେ ଜଙ୍ଗଲ କ୍ଷୟ ହେବା ସହ ବୃକ୍ଷ ମଧ୍ୟ କ୍ଷୟ ହେବାରେ ଲାଗିଛି । ବୃକ୍ଷ ଜୀବନ ଦେବା ସହ ଆମ ପରିବେଶକୁ ସୂର୍ଯ୍ୟଙ୍କ ଉତ୍ତାପରୁ ରକ୍ଷା କରିବା ସହ ଶୀତଳତା ପ୍ରଦାନ କରିବାର ମଧ୍ୟ କାର୍ଯ୍ୟ କରିଥାଏ ଏବଂ ମୂର୍ତିକା କ୍ଷୟ ହେବାରୁ ମଧ୍ୟ ରକ୍ଷା କରିଥାଏ । ଏହାକୁ ଦୃଷ୍ଟିରେ ରଖି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଅଡପଡା ପଞ୍ଚାୟତର ଇଶାଣେଶ୍ଵର ପାଠାଗାର ଅନୁଷ୍ଠାନ ତରଫରୁ ବିଭିନ୍ନ ପଞ୍ଚାୟତର ଶିକ୍ଷାନୁଷ୍ଠାନ ଏବଂ ରାସ୍ତା ଘାଟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି । ଅନୁଷ୍ଠାନର ସଭାପତି ବନମାଳୀ ପ୍ରଧାନଙ୍କ ତତ୍ୱାବଧାନରେ ଜଗନ୍ନାଥ ରଥ, ସୀମାଞ୍ଚଳ ବିଶୋୟୀ, ଅନ୍ତର୍ଯ୍ୟାମୀ, ପିଣ୍ଟୁ ଦାସ,ଡାକ ରାଉତ ପ୍ରମୁଖ ମିଳିମିଶି ପ୍ରତି ପଞ୍ଚାୟତରେ ବୃକ୍ଷ ରୋପଣ କରୁଛନ୍ତି । ଆଜି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ଗ୍ରାମର ସରସ୍ୱତୀ ଶିଶୁ ମନ୍ଦିରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଥିଲା । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.