ଇନଫ୍ରା କର୍ମଚାରୀ ତରଫରୁ ରକ୍ତ ଦାନ ଶିବିର ।

0 240

ମାଲକାନଗିରି,୦୩/୧୨(ପିପିଟି):ମାଲକାନଗିରି ସଦର ମହାକୁମା ସ୍ଥିତ ରକ୍ତ ଭଣ୍ଡାରରେ ଭନୱାରିୟା ଇନଫ୍ରା ପ୍ରୋଜେକ୍ଟ ତରଫରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରକଳ୍ପ ରେ ପ୍ରାୟ ୧୭୦ ଜଣ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ୧୪ ଜଣ କର୍ମଚାରୀ ରକ୍ତ ଦାନ କରିଥିଲେ ଯେତେବେଳେ ମାଲକାନଗିରି ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେବ ଆବଶ୍ୟକ ବେଳେ ଏହି ସଂସ୍ଥାର କର୍ମଚାରୀମାନେ ରକ୍ତ ଦାନ କରିବେ ବୋଲି ଦୃଢ ସଂକଳ୍ପ ଗ୍ରହଣ ନିଇଛନ୍ତି । ଇନଫ୍ରା ପ୍ରକଳ୍ପର ଏହି ପରି ମହତ କାର୍ଯ୍ୟକୁ ମାଲକାନଗିରି ଜିଲ୍ଲା ବାସୀ ସ୍ୱାଗତ କରିବା ସହ କର୍ମଚାରୀମାନଙ୍କୁ ଅଶେଷ ଧନ୍ଯବାଦ ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଅମିତ ପଟ୍ଟନାୟକ,ରାଜ କୁମାର ପାଣ୍ଡେ,ଜଗଦିଶ ପ୍ରତାପ ସିଂ,ଶଶି ଭୂଷଣ ସାହୁ,ସୌମ୍ଯ ରଞ୍ଜବ ପରିଡା, ସୁନ୍ଦର ଭୂମିଆ,ର୍ରଶାନ୍ତ କୁମାର ପାଣିଗ୍ରାହୀ,ଦଶରଥ ଖିଲ,ସୁକାନ୍ତ ପାଲ,ଆଦିତ୍ଯ ପଣ୍ଡା,ରାକେଶ ହାବିଲଦାର,ମୂରଲୀ ପୂଜାରୀ,ସୁଧାଂଶୁ ଶଖର ପତି,ସନ୍ତୋଷ ଭତ୍ରା ପ୍ରମୁଖ ରକ୍ତ ଦାନ କରିଥିଲେ । ଶେଷରେ ପ୍ରକଳ୍ପ ତରଫରୁ ରକ୍ତ ଭଣ୍ଡାର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.