ଆସ୍କା ବ୍ଲକ ଠାରେ ଉନ୍ନୟନ କାର୍ଯ୍ଯର ସମୀକ୍ଷା।

0 447

ଆସ୍କା,୧୦/୧୧(ପିପିଟି): ଆସ୍କା ପଞ୍ଚାୟତ ସମିତି ସଭା ଗୃହ ଠାରେ ବିଧାୟକ ପୋଲସରା ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଏବଂ ବିଧାୟିକା ଆସ୍କା ମଞ୍ଜୁଳା ସ୍ୱାଇଁ ଯୋଗ ଦେଇ ସମସ୍ତ ବିଭାଗୀୟ ସରକାରୀ ଅଫିସର ମାନଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଦେବଭୂମି,ନଳବଣ୍ଟା ଓ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ପରିଦର୍ଶନ କରିଛନ୍ତି। ଉପଜିଲ୍ଲାପାଳ ଭଞ୍ଜନଗର, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପୋଲେଇ, ଆସ୍କା ବ୍ଲକ ଅଧ୍ୟକ୍ଷ,ଉପଧ୍ୟକ୍ଷା, ବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.