ଆସିକା ଠାରେ ମହାସମାରୋହରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ।

0 714

ଆସିକା,୧୮/୦୧(ପିପିଟି):ଆସିକା ନିର୍ବାଚନ ମଣ୍ଡଳୀର ମହୋତ୍ସବ ପଡ଼ିଆ ଠାରେ ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ, ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ପୁର୍ବତନ ସାଂସଦ ତଥା ଭୁବନେଶ୍ଵର ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରସନ୍ନ ପାଟ୍ଟଶାଣୀ,ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ,ଖଲ୍ଲିକୋଟ ବିଧାୟିକା ସୂର୍ଯ୍ଯମଣି ବୈଦ୍ଯ,ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଡା.ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳେଇ,କାଜୁ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା,ଆସ୍କା ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହାକ, ଏନ୍ଏସି ଅଧ୍ୟକ୍ଷା ବିନିତା ସ୍ବାଇଁ, ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷା ଜ୍ଯୋର୍ତିମୟୀ ସ୍ବାଇଁ, ଆସିକା ସେଣ୍ଟ୍ରାଲ ବ୍ଯାଙ୍କ ସଭାପତି ମଙ୍ଗୁଳୁ ସାହୁ,ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତ ସ୍ବାଇଁ,ସୂର୍ଯ୍ୟ ନାରାୟଣ ପରିଡା,ଦିଲ୍ଲୀପ ପାଣିଗ୍ରାହୀ, ଅଭିମନ୍ଯୁ ନାୟକ, ସତ୍ୟନାରାୟଣ ସ୍ବାଇଁ, ଅଶ୍ବିନୀ କୁମାର ସ୍ବାଇଁ,ପ୍ରମୁଖ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ଯ ଉପରେ ମତବ୍ୟକ୍ତ କରିଥିଲେ । ଆଜିର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ବ କର୍ମୀ ଯୋଗ ଦେଇଥିଲେ।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )

Leave A Reply

Your email address will not be published.