ବୋଲଗଡ଼,୧୦/୧୦(ପିପିଟି) : ସରକାରଙ୍କ ସ୍ଵଳ୍ପ ସଞ୍ଚୟ ଯୋଜନା ମାଧ୍ୟମ ରେ ସାଧାରଣ ଜନତାଙ୍କର କିପରି ବିକାଶ ହୋଇପାରିବ ସେଥି ପାଇଁ ବୋଲଗଡ଼ ବ୍ଳକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମ ପଞ୍ଚାୟତର କଲ୍ୟାଣି ମଣ୍ଡପଠାରେ ଏକ ସଭାର ଆୟୋଜନ ହୋଇଛି ସାଗର ଗାଁ ସରପଞ୍ଚ ସୁବାଷ ଚନ୍ଦ୍ର ରାୟଗୁରୁଙ୍କ ଅଧ୍ୟକ୍ଷତାରେ ।ଏହି ଶିବିରରେ ବିଭିନ୍ନ ସରକାରୀ ଯୋଜନାରେ କିଭଳି ଆର୍ଥିକ ଉନ୍ନତି ହେବ ସଭାର ମୁଖ୍ୟ ଉଦ୍ଦେଶ୍ୟ। ଆର୍ଥିକ ଉନ୍ନତି ଘଟିବ ସେ ଦିଗରେ ଅବଗତ କରାଇବା ସହ ଦୁର୍ନୀତିଗ୍ରସ୍ତ ଠକାମିର ସିକାର ନହେବା ପାଇଁ ପ୍ରବକ୍ତା ମାନେ ଅବଗତ କରାଇଥିଲେ। ସେଥିରେ ମଞ୍ଚାସୀନ ଅତିଥି ଡେପୁଟି ଡାଇରେକ୍ଟର ପି କେମିଶ୍ର,ମମତା ନାୟକ ଜି ଏସ ଏସ ଓ ଏଫ୍ ଏ ଲ ଭୁବନେଶ୍ଵର,ମନସ୍ଵିନୀ ମହାପାତ୍ର, ହେମଲତା ମିଶ୍ର ଆଇସିଡଏ ସ୍ ବୋଲଗଡ଼, ଏସ ଏନ ବେହେରା ଡି ଏସ ଏସ ଓ ଖୋର୍ଦ୍ଧା,ଅରବିନ୍ଦ ଭୋଳ ମ୍ୟାନେଜର ଏସବିଆଇ ସାଗର ଗାଁ, ରଞ୍ଜନ ଦାସ ଜି ଏସ ଏସ ଫାଇନାନ୍ସ, ପ୍ରମୋଦ କୁମାର ମହାପାତ୍ର ଲାଇଟରେସୀ କାଉନସିଲର, ବ୍ୟକ୍ତି ବିଶେଷ ମୁଖ୍ୟ ବକ୍ତା ଥିବା ବେଳେ ପ୍ରଫୁଲ୍ଲ କୁମାର ସିଂହ ମଞ୍ଚ ପରିଚାଳନା କରିଥିଲେ ଏବଂ ସହଯୋଗ କରିଥିଲେ ସହକାରୀ ଶିକ୍ଷକ ନିରଞ୍ଜନ ମହାରଣା ଓ ମାନସ କୁମାର ସାହୁ। ତତ୍ ସହିତ ଏଥିରେ ଆଶା କର୍ମୀ, ଏସ୍ଏସଜି, ଅଙ୍ଗନୱାଡ଼ି କର୍ମୀ ଓ ଜନ ସାଧାରଣ ଏହି କାର୍ଯ୍ୟକ୍ରମ ଯୋଗ ଦେଇଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)