ଆର୍ଥିକ ସହାୟତା ପ୍ରଦାନ ଏବଂ କର୍ମ ନିଯୁକ୍ତି ଯୋଗାଇଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି ।

0 495

ପୋଲସରା, ତା.୦୨/୦୯(ପିପିଟି) ସାମ୍ପ୍ରତିକ ମହାମାରୀ କରୋନା ଜନିତ ଲକ୍ ଡାଉନ ଓ ସଟ୍ ଡାଉନ ପ୍ରଭାବରେ ଦୀର୍ଘ ୫ମାସରୁ ଉର୍ଦ୍ଧ୍ବ ସମୟ ଧରି ନିର୍ମାଣ ଶ୍ରମିକମାନେ ପ୍ରାୟତଃ କୌଣସି କାମଧନ୍ଦା ନପାଇବା ଦ୍ୱାରା ଅର୍ଥ ଅଭାବରୁ ବହୁ ଦୁଃଖ କଷ୍ଟ ମଧ୍ୟରେ ଚଳି ଆସୁଛନ୍ତି । ତାର ପ୍ରମାଣ ଗଞ୍ଜାମ ଜିଲ୍ଲା ପୋଲସରା ଏନ.ଏ.ସିର ନିର୍ମାଣ ଶ୍ରମିକ ମାନେ ତୁରନ୍ତ ସରକାରଙ୍କ ଘୋଷଣା ଅନୁସାରେ ସେମାନଙ୍କୁ ଆର୍ଥିକ ସହାୟତା ଦେବା ସହିତ କର୍ମ ନିଯୁକ୍ତି ଯୋଗାଇଦେବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ବୃତ କୁଲାଙ୍ଗେଙ୍କ ନିକଟକୁ ଦରଖାସ୍ତ ଜରିଆରେ ନିବେଦନ କରିଛନ୍ତି । ଶ୍ରମିକ ମାନଙ୍କ କହିବା ପ୍ରକାରେ ସେମାନେ ବାଲିଘାଇ,ସିଦ୍ଧିପୁର, ପଟଣାପଦର, ମଧବପୃଷ୍ଟି ସାହିର ମିଳିତ ଭାବେ ୫୩ ଜଣ ନିର୍ମାଣ ଶ୍ରମିକ ଭାଇଭଉଣୀ ମାନେ ଉକ୍ତ ସମସ୍ୟାକୁ ନେଇ ଗତ ଅଗଷ୍ଟ ମାସ ୪ ତାରିଖ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ସମେତ ପୋଲସରା ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ ଉଭୟ ପ୍ରଶାସନିକ ଅଧିକାରୀଙ୍କୁ ଦରଖାସ୍ତ ଦ୍ୱାରା ଜଣାଇଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ପ୍ରାୟ ୧ମାସ ହେବ ସେମାନଙ୍କୁ ତାଙ୍କର କାର୍ଯ୍ୟ ଦାବି ମୁତାବକ ୧୫୦୦ ଶହ ଟଙ୍କା ସରକାରୀ ଆର୍ଥିକ ସହାୟତା ମିଳିଛି ନା କର୍ମ ନିଯୁକ୍ତି ମିଳିଛି । ଯଦ୍ୱାରା ସେମାନେ ନିଜର ଏବଂ ନିଜ ନିଜର ପରିବାର ସହିତ ବହୁ ଦୁଃଖ ଓ କଷ୍ଟରେ ବଞ୍ଚିରହିବାକୁ ସଂଗ୍ରାମ କରୁଅଛନ୍ତି । ଏଣୁ ଅବିଳମ୍ବେ ଯଥାଶୀଘ୍ର ସେମାନଙ୍କୁ ଆର୍ଥିକ ସହାୟତା ଦିଆଯିବା ସହ କର୍ମନିଯୁକ୍ତି ଯୋଗାଇଦେବାକୁ ଦାବି କରିଛନ୍ତି । ସେମାନେ ଆହୁରି ଏହା ମଧ୍ୟ ମୌଖିକ ଭାବେ କହିଛନ୍ତି ଯେ କେବଳ ଆମ୍ଭେମାନେ ନାହୁଁ ପୋଲସରା ଏନ.ଏ.ସିର ୧୯ ଗୋଟି ୱାର୍ଡରେ ବସବାସ କରି ରହିଆସୁଥିବା ନିର୍ମାଣ ଶ୍ରମିକ ଭାଇଭଉଣୀ ମାନେ ସରକାରଙ୍କ ତରଫରୁ କୌଣସି ପ୍ରକାର ଆର୍ଥିକ ସହାୟତା ପାଇନାହାନ୍ତି କି କାମ କରିବାକୁ କୌଣସି ସୁଯୋଗ ପାଇପାରିନାହାନ୍ତି । ଯାହାକି ଅତି ଦୁଃଖର ବିଷୟ ଅଟେ । ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.