ବ୍ରହ୍ମପୁର, ୦୩/୦୨(ପିପିଟି) ସାନଖେମୁଣ୍ଡିର ମହାରାଜା ତଥା ମୋହନା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡ଼ଃ. ଉଦୟ ନାରାୟଣ ଦେବଙ୍କ ବିୟୋଗ ଖବର ଶୁଣି ସାରା ଓଡ଼ିଶାରେ ଶୋକ ପାଳନ କରାଯାଇଛି । ସେ ଜଣେ ପଶୁପକ୍ଷୀ ବିଶେଷଜ୍ଞ ଭାବେ ଭାରତ ବର୍ଷ ରେ ମଧ୍ୟ ବେଶ ପରିଚିତ । ଜଣେ ପ୍ରତିନିଧି ଭାବେ ସ୍ଥାନୀୟ ଅଞ୍ଚଳ ପାଇଁ ତାଙ୍କ କାର୍ଯ୍ୟ ଚିର ସ୍ମରଣୀୟ ହୋଇ ରହିବ । ଜଣେ ମହାନ୍ ପଶୁପକ୍ଷୀ ପ୍ରେମୀ ଆଜି ଆମ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଗଲେ ଏଥିରେ ସାରା ଭାରତ ମର୍ମାହତ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଜନ୍ମ ୧୯୩୫ ମସିହା ଅକ୍ଟୋବର ୨୫ ତାରିଖରେ ରାଜା ସାହେବ୍ ଜନ୍ମ ଗ୍ରହଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ସେ ୩ ଥର ବିଧାୟକ ହୋଇଥିଲେ । ଉତ୍କଳ କଂଗ୍ରେସ ପାର୍ଟିରୁ ୧୯୭୪ ମସିହାରେ ବିଧାୟକ ହୋଇଥିଲେ , ୧୯୭୭ ମସିହାରେ ସ୍ଵାଧୀନ ପାର୍ଥି ରେ ବିଜୟୀ ହୋଇଥିଲେ , ୧୯୮୦ ମସିହାରେ ସେ ଲୋକ ଦଳର ବିଧାୟକ ହୋଇ ନିର୍ବାଚିତ ହୋଇଥିଲେ । ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିଲା । ଏବେ ଏକ ସପ୍ତାହ ତଳେ ଦୀର୍ଘ ୪୫ ବର୍ଷର ଅକ୍ଲାନ୍ତ ପରିଶ୍ରମ କରି ବିହଙ୍ଗ ପୁସ୍ତକ ରାଜ୍ୟପାଳଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ।
(ରିପୋର୍ଟ-ଆରତ କୁମାର ହୋତା। )
Next Post