ହିଞ୍ଜିଳିକାଟୁ,ତା-୦୨/୦୯(ପିପିଟି) ; ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଶାସନ ଆମ୍ବଗାଁ -ସାପୁଆପୋଲ୍ଲୀ ରାସ୍ତାର ଏକ ବୁଦା ପାର୍ଶ୍ଵରୁ ଗଳିତ ଶବ ଉଦ୍ଧାର ହୋଇଛି।ବୁଧବାର ନିକଟସ୍ଥ ଆମ୍ବଗାଁ ପାହାଡରେ କିଛି ଲୋକ ଫେରୁଥିବାବେଳେ ଦୁର୍ଗନ୍ଧକୁ ବାରି ଶବଟିକୁ ଦେଖିବା ସହ ହିଞ୍ଜିଳି ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଘଟଣା ସ୍ଥଳରେ ହିଞ୍ଜିଳି ପୋଲିସ ପହଁଚିବା ସହ ମୃତ ବ୍ୟକ୍ତିଙ୍କ କିଛି ଜିନିଷ କାଗଜ ପତ୍ର ଉଦ୍ଧାର କରି ମୃତ ବ୍ୟକ୍ତିର ପରିଚୟ ପିତବାସ ସେଠି (୫୫) ଓ ସେ ସାପୁଆପୋଲ୍ଲୀ ଅଂଚଳର ବୋଲି ପରିଚୟ ପାଇଥିଲେ।ମୃତ ବ୍ୟକ୍ତିଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଥିବା ଏବଂ ପ୍ରାୟ ଚାରିଦିନ ପୂର୍ବେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ପରିବେଶ ଓ ପରିସ୍ଥିତିରୁ ଅନୁମାନ କରିଛି ପୋଲିସ। ଏନେଇ ହିଞ୍ଜିଳି ପୋଲିସ ଏକ ଅପମୃତ୍ୟୁ ମାମଲା କେସ ନଂ ୨୨/୨୦ ରୁଜୁ କରି ଶବ ବ୍ୟବଛେଦ ପଠାଇବା ସହ ମୃତ୍ୟୁଜନିତ ଅନୁସନ୍ଧାନ ତଦନ୍ତ ଜାରି ରଖିଛି ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।