ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ।

0 269

କୋଦଳା,୧୩/୦୧(ପିପିଟି):ଶୁକ୍ରବାର କୋଦଳା ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ପରିସର ରେ ଆୟୋଜିତ ହୋଇଥିବା “ଆତ୍ମ ସୁରକ୍ଷା ତାଲିମ ଶିବିର “ଉଦଯାପିତ ହୋଇଯାଇଛି । ଆଜିର ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ କ୍ଷୀରୋଦ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ଯୋଗଦେଇ ବର୍ତ୍ତମାନ ପରିସ୍ଥିତିରେ ମହିଳା ମାନଙ୍କ ଆତ୍ମ ସୁରକ୍ଷାର ଉପାଦେୟତା ଏବଂ ସରକାରଙ୍କ ପ୍ରୋତ୍ସାହନ ସମ୍ପରକିତ ଅଭିଭାଷଣ ପ୍ରଦାନ କରିଥିଲେ । ଆଠ ଦିନଧରି ତାଲିମ ପାଇଥିବା ଛାତ୍ରୀ ମାନଙ୍କୁ ନିଜକୁ ସୁରକ୍ଷ୍ୟା ଦେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଉଦଯାପନୀ ଉଛବ ରେ ଉଦ୍ଭିତ ବିଜ୍ଞାନ ଅଧ୍ୟାପିକା ତଥା କାର୍ଯ୍ୟକ୍ରମ ସଂଯୋଜକ ସାଶାଲିପି ନାୟକ ସମେତ,ସହ ସଂଯୋଜକ ସୁଦେଷ୍ନା ପ୍ରଧାନ,ଇଂରାଜୀ ଅଧ୍ୟାପକ କାଳନ୍ଦୀ ଚରଣ ଦାଶ,ଆଇ ଟି ଅଧ୍ୟାପକ ସରୋଜ କୁମାର ଆଚାର୍ଯ୍ୟ, ଡେମୋନେଷ୍ଟେଟର ଆଦିତ୍ୟ ପ୍ରସନ୍ନ ମହାପାତ୍ର,ପ୍ରଦୀପ କୁମାର ପାଣିଗ୍ରାହୀ ଓ ବିନାୟକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।ପ୍ରଶିକ୍ଷକ ଭାବେ ଭାରତୀ ଗୌଡ଼ ଓ ପୂଜାରାଣୀ ପ୍ରଧାନ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିବା ବେଳେ ତାଲିମ ପାଇଥିବା ଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ଉପଢୌକନ ସହିତ ମାନପତ୍ର ପ୍ରଦାନ କରାଯାଇଥିଲା ।ତାଲିମ ପାଇଥିବା ଛାତ୍ରୀ ମାନେ ନିଜକୁ କିପରି ସୁରକ୍ଷା ଦେଇପାରିବେ ତାର ବିଭିନ୍ନ କୌଶଳ ଦେଖାଇଥିଲେ । ଟ୍ରେନର ଏବଂ ଛାତ୍ରୀ ମାନଙ୍କ ଏହି କଳା କୌଶଳକୁ ଥାନା ଅଧିକାରୀ ପ୍ରସଂଶା କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.